logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଅଙ୍ଗା
ଏକ ବୋଝ l ଦୁଇ ବୋଝରେ ଏକ ଭାର ହୁଏ, ଭାରର ଦୁଇଭାଗରୁ ଏକଭାଗ l

ଅଙ୍ଗାର
କାଠ କୋ‌ଇଲା ଇତ୍ୟାଦିର ପୋଡ଼ିଯାଇଥିବା ଅବଶିଷ୍ଟାଂଶ l

ଅଙ୍ଗାରି
ପାନଲଟାର ରୋଗ ବିଶେଷ l

ଅଙ୍ଗାରିକା
ଆଖୁଗଛ, ନିଆଁ ଉହ୍ମେଇ l

ଅଚା
ବଡ଼ ବଡ଼ ଚାଷ କ୍ଷେତରେ ହଳ କରିବା ସମୟରେ କ୍ଷେତର ଗୋଟିଏ ଅଂଶରୁ ହଳ ଆରମ୍ଭ ହୁଏ l ଏଇ କ୍ଷୁଦ୍ର ଅଂଶକୁ ଅଚା କୁହାଯାଏ l ହଳ ଶେଷ ବେଳକୁ ଦୁଇ ଅଚାର ହଳ ହୋ‌ଇନଥିବା ମଝିଅଂଶକୁ ହଳ କରାଯାଇ ଅଚା ପୂରଣ ହୁଏ, ଏହାକୁ ଅଚାମରା କୁହାଯାଏ l

ଅଚାବୁଆ
ହଡ଼ବଡ଼େଇ ଯିବା l

ଅଛରାବୁନା
ଧାନ ବିହନକୁ ପାଣିରେ ବତୁରାଇ, ଗଜା କରି କ୍ଷେତରେ ବୁଣିବା ରୀତି l ଏହାକୁ ଅଞ୍ଚଳ ବିଶେଷରେ ଛଟା ବୋଲି କୁହାଯାଏ l

ଅଛୁରି
ବାହାଘର ପରେ, ପରସ୍ପର ଠାରୁ ପୃଥକ ଭାବରେ ରହୁଥିବା ସ୍ଵାମୀ ବା ସ୍ତ୍ରୀ l

ଅଜରା
ଘି କୁଆଁରୀ ଗୁଳ୍ମ, ବାଇଡ଼ଙ୍କ l

ଅଝାଲ
ଜାହାଜରେ ବନ୍ଧାଯିବା ମୋଟା ପାଲ, ଯାହାକୁ ପବନ ଠେଲିଲେ ଜାହାଜ ଚାଲେ l


logo