logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ନଅ
୧. ଲଅ, ଲଇ, ବାନ୍ଧେଣି, କାମଡାରେ ଭିଡାଯିବା ଗଣ୍ଠି, କୋରଟ, କିଆପଟରୁ ଏହା ତିଆରି ହୋଇଥାଏ l ୨. ଗୋଟିକିଆ ପାନ ଲଟା l

ନଉତା
ବଡ ଆକାରର ମାଟି ହାଣ୍ଡି l

ନଉତି
ବଡ ମାଟି ହାଣ୍ଡି, ଶସ୍ୟ ମାପିବାର ପାତ୍ର ବିଶେଷ, ଗଉଣି l ଏହା ପିତଳ ଅଥବା ବେତରେ ତିଆରି କରାଯାଏ l ଓଡିଶାର ବିଭିନ୍ନ ଅଞ୍ଚଳରେ ତିନି, ସାଢେତିନି, ଚାରି ଓ ପାଞ୍ଚ ସେରିଆ ନଉତି ଶସ୍ୟ ମାପ ନିମିତ୍ତ ବ୍ୟବହୃତ ହୋଇଥାଏ l

ନମ
ଜୁହାର କରିବା l

ନ'ନୁଆଣୀ
ସାପ l

ନଉବତ୍
ଏହାକୁ ନହବତ୍, ଯୋଡି ନାଗରା କୁହାଯାଏ l ରାଜଦ୍ୱାର, ଦେବଦେବୀ ମନ୍ଦିର ଏବଂ ବିବିଧ ମାଙ୍ଗଳିକ ଉତ୍ସବରେ ଏଇ ବାଦ୍ୟ ବାଜେ l ଘୋଡାନାଚରେ ଯୋଡି ନାଗରା ପ୍ରମୁଖ ଲୋକବାଦ୍ୟ l ଏହା ଏକ ତାଳବାଦ୍ୟ l ଚମଡା ଛାଉଣି ହୋଇଥିବା ହାଣ୍ଡିରେ ଏ ବାଦ୍ୟ ପ୍ରସ୍ତୁତ ଓ ଦୁଇଖଣ୍ଡି କାଠି ସାହାଯ୍ୟରେ ଏଇ ବାଦ୍ୟ ବଜାଯାଏ l

ନଉବତଖାନା
ରାଜା, ସାମନ୍ତ, ଜମିଦାର ଇତ୍ୟାଦିଙ୍କର ବିବାହାଦି ଉତ୍ସବ, ଦଶହରା ପର୍ବ ଇତ୍ୟାଦି ଦେବୀ ଉତ୍ସବ, ସମୟରେ ସଦର ଦୁଆର ନିକଟରେ ଯୋଡି ନାଗରା ଓ ମହୁରୀ ବାଦ୍ୟ ବାଦନ ନିମିତ୍ତ ଅସ୍ଥାୟୀ ମଞ୍ଚା, ଯାହା ଉପରେ ବସି ବାଦ୍ୟକାରମାନେ ବାଦ୍ୟବାଦନ କଲେ ତାହା ବହୁଦୂରକୁ ଶୁଣାଯାଏ l

ନକସ
ଗଞ୍ଜପା ଖେଳର ଏକ ପ୍ରକାରର ବ୍ୟବସ୍ଥା l ଏଥିରେ ଦୁଇରୁ ଚାରିଜଣ ଖେଳନ୍ତି ଜଣକର ଏକା ରାଜା ଅନ୍ୟ ଜଣକର ଏକା ବା ରାଜା, ଦଶକୁ ଦଶ ଇତ୍ୟାଦି ମେଳ ଖାଇଲେ ନକସ ହୁଏ l

ନକସୀ
କାରୁକାର୍ଯ୍ୟ, ଖୋଦେଇ କାମ l ବଣିଆ ଦ୍ୱାରା ସୁନା, ରୁପା ଓ ମଣିର କାରୁକାର୍ଯ୍ୟ, ସୁନା ବା ରୁପା ଅଳଂକାରର କାରୁକାର୍ଯ୍ୟ ବିଶେଷ l

ନକିବ
ରାଜା, ସାମନ୍ତ ପ୍ରଭୃତିଙ୍କ ଆଗମନ ପୂର୍ବରୁ ତାଙ୍କ ଆଗମନର ବାର୍ତ୍ତା ପ୍ରଚାରକ ଦୂତ, ରାଜାଙ୍କ ପ୍ରଶଂସକ ଭାଟ ବିଶେଷ l


logo