logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଢକ
୧. ବଣିଆଁଙ୍କ ବ୍ୟବହୃତ ଛୋଟ ବଟକରା l ୨. ଖାଲିଖୋଳ l ୩. କାଠଚକ ଓ ଅଖ ଭିତରର ଆବଶ୍ୟକତାଠାରୁ ରହିଥିବା ଅଧିକ ଶୂନ୍ୟସ୍ଥାନ l

ଢକା
ନାଗରା, ଡେଙ୍ଗୁରା, ଢୋଲ, ବଡ଼କାଠ l

ଢକ୍କା
ବଡ଼ଢୋଲ, ବଡ଼କାଠ l ବଡ଼ ଆକୃତି ବିଶିଷ୍ଟ ଦୁଇପାଖ ଚମଡ଼ା ଛାଉଣି ହୋ‌ଇଥିବା ବାଦ୍ୟ, ଏହାକୁ ଦୁଇଖଣ୍ଡି କାଠିରେ ବିବିଧ ମାଙ୍ଗଳିକ କାର୍ଯ୍ୟରେ ଏହା ବଜାଯାଏ l

ଢକ୍କାର
ଖାଇସାରି ପେଟରୁ ବାୟୁ କାଢିବା l

ଢଗ
ବ୍ୟଙ୍ଗାତ୍ମକ ପଦ ଯୋଜନା, ଗୀତି ବଚନ, ଉପସ୍ଥିତ ପରିସ୍ଥିତି ଦେଖି ଏହା ବୋଲାଯାଏ l ଏହାର ଶେଷ ପଦ ଗୁଡ଼ିକରେ ମେଳଥାଏ l

ଢମାଳିଆ
ଢଗ ପରି ବ୍ୟଙ୍ଗାତ୍ମକ ବଚନ, ମାତ୍ର ଶେଷ ଅକ୍ଷର ଗୁଡ଼ିକରେ ଅକ୍ଷରର ମେଳ ନଥାଏ l ପରିସ୍ଥିତିକୁ ଏହା ଲଘୁ କରିପାରେ l

ଢଙ୍କ
ବାଇଡଙ୍କ, ଶିମ୍ବ ଜାତୀୟ ଲତା ଓ ଫଳ l ଏହା ଉପରେ ଆଂଶୁ ଥାଏ, ଯାହା ଦେହରେ ଲାଗିଲେ ଭୀଷଣ ଗଲୁ ହୁଏ l

ଢଙ୍କଣ
୧. ସରୁ ବାଉଁଶର ଲଗି l ୨. ଓଲିଆ ଗୋରୁ, ଗାଈ, ମ‌ଇଁଷିଙ୍କ ଗତି ନିୟନ୍ତ୍ରଣ କରିବାକୁ ଏମାନଙ୍କ ବେକରେ ଓହଳାଇ ଦିଆଯାଇଥିବା ବାଉଁଶ ବା କାଠ ଖଣ୍ଡ, ଢେଙ୍କିଆ, ଢିଙ୍କିଆ l ଗୋରୁ ଗାଈ ଦୌଡ଼ିବା ବେଳେ ଏହା ଆଗ ଗୋଡ଼ରେ ଆଘାତ ଦିଏ ଓ ଗତିକୁ ନିୟନ୍ତ୍ରଣ କରେ l

ଢଙ୍କୁଣ
ଲମ୍ବ ବେଣ୍ଟ ଥିବା ବର୍ଚ୍ଛା, ତେଣ୍ଟା l

ଢଗ
ବିଭିନ୍ନ ଲୌକିକ ଅର୍ଥ ବୋଧକ କବିତା l


logo