logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଗ‌ଅ(ଇ)ନ୍ତି
ମୁନିଆଁ କାଙ୍କ, ଏଥିରେ ପଥୁରିଆ ମାଟି ଖୋଳାଯାଏ l

ଗ‌ଇ
କାନ ମ‌ଇଳା l

ଗ‌ଇଁ
ଭିଣୋ‌ଇ l

ଗ‌ଇଁଠା
ଚାଉଳ ଚୂନାରେ ଜନ୍ତା ହୋ‌ଇଥିବା ପିଠା l ଏହାକୁ ଗରମ ପାଣିରେ ଛଣା ଯାଏ ଅଥବା ଅଥାରରେ ବସାଇ ସିଝାଯାଏ l ଅରୁଆ ଓ ଉଷୁନା ଉଭୟ ପ୍ରକାରର ଚାଉଳରେ ଏହା ପ୍ରସ୍ତୁତ ହୁଏ l

ଗ‌ଇଁଠାପାଉଁଶ
ଚୁଲିର ନିଆଁ ପାଉଁଶ l

ଗ‌ଇଁଠାଳ
ବରକନ୍ୟାଙ୍କ ବିବାହ ସମୟରେ କନ୍ୟାର ଓଢ଼ଣି ସହିତ ବରର ଉତ୍ତରୀୟକୁ ଏକାଠି ବାନ୍ଧି ଦିଆଯାଏ l ଏହାକୁ ଗ‌ଇଁଠାଳ କୁହାଯାଏ l

ଗ‌ଇଁଠାଳଫିଟା
ବର କନ୍ୟାଙ୍କର ଚନ୍ଦ୍ର ବନ୍ଦାପନା ପରେ ବାହା ବେଦିରେ ପାଞ୍ଚି ଓ ବ‌ଉଳପାଟର ପଡ଼ିଥିବା ଗଣ୍ଠି ଖୋଲାଯିବା କର୍ମ l

ଗ‌ଇଛିଣୀ
୧. ଦେହରେ ଛନ୍ଦିକରି ପିନ୍ଧାଯିବା ଲୁଗା l ୨. ଅରଟରେ ମାଲ ଦ‌ଉଡ଼ି ବନ୍ଧାଯିବା କାଠି ଗୁଡ଼ିକୁ ବାନ୍ଧି ରଖିବା ପାଇଁ ବ୍ୟବହୃତ ଦ‌ଉଡ଼ି l

ଗୟଶ
ଗୟସ, ଧଳା ଫୁଲ ଫୁଟୁଥିବା ତୁଳସୀ ପରି ଏକ ପ୍ରକାର ଗଛ l

ଗ‌ଉଡ଼ଗୋଠିଆ
ଗାଈଆଳ, ଗୋରୁ ଜଗୁଆଳ l


logo