logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଫଏସ୍‌
ମଇଁଷି l

ଫଁଦବା
ଦୁଇଟିକୁ ଫାନ୍ଦ ପକାଇ ବାନ୍ଧିବା l

ଫକନା
ବଡ ମାଛ ପେଟରେ ଥିବା ଧଳା ଫୁଲକା ଥଳି,ମାଛଫଟକା l

ଫଗୁ
ଅବିର l

ଫଗୁଖେଳ
ଦୋଳ ଉତ୍ସବରେ ଦିଅଁଙ୍କୁ ଅବିର ଲାଗି ଓ ପରସ୍ପରକୁ ଅବିର ପକାଇ ରଙ୍ଗ କରିବା ଉତ୍ସବ l

ଫଗୁ ଦଶମୀ
ଫଗୁଣ ମାସର ଶୁକ୍ଳପକ୍ଷ ଦଶମୀ l ଏଇଦିନ ଦୋଳପର୍ବ ଆରମ୍ଭ ହୁଏ l ରାଜଦୋଳରେ ରଧାକୃଷ୍ଣଙ୍କୁ ବସାଇ ଗ୍ରାମ ପରିକ୍ରମା କରାଯାଏ l

ଫଟକା
ଶବ୍ଦ ସୃଷ୍ଟି କରି ଫୁଟୁଥିବା ବାଣ, ତାଳପତ୍ର ଭିତରେ ବାରୁଦ ରଖି ଏହାକୁ ଗୁଡାଇ ଶୁଖାଯାଏ l ଏଥିରେ ନିଆଁ ଲାଗିଲେ ଏହା ଶବ୍ଦ କରି ଫୁଟେ l

ଫଟାକୀଉଆଁସ
ଦୀପାବଳୀ ଅମାବାସ୍ୟା l ଏଇ ଦିନ ଦୀପଦାନ ହୁଏ ଓ ବାଣ ଫୁଟେ l

ଫଟାପାଣି
ଅଳ୍ପ ଗଂଜେଇରେ ମରିଚ,ଇତ୍ୟାଦି ମସଲା ପଡି ବଟା ହୋଇଥିବା ପାନୀୟ l

ଫଡକା
ଫସଲ ହାନି କରୁଥିବା ପଶୁଙ୍କୁ ହୁରୁଡାଇବା ପାଇଁ ବ୍ୟବହୃତ ବାଦ୍ୟ l ବାଉଁଶକୁ ଫଟାଇ,ଫଟା ଅଂଶଟି ଉପରକୁ ରଖି ମୂଳ ପୋତାଯାଏ l ଫଟା ଅଂଶରେ ଦଉଡି ବାନ୍ଧି ଜଗୁଆ ଜଗିଥାଏ l ପଶୁ କ୍ଷେତରେ ପଶିଲେ ଦଉଡାକୁ ଛାଡିଦେଲେ ଫଟାବତା ଆର ବତାରେ ପିଟି ହୋଇ ଶବ୍ଦ କରେ


logo