logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ସିଙ୍ଗି(ଙ୍ଘି)
ଶିଙ୍ଗଥିବା ମାଛ l ଏହାର ମୁଣ୍ଡରେ ଗୋଟିଏ ଓ ଗାଲିସି ତଳେ ଦୁଇଟି କଣ୍ଟାଥାଏ l

ସ‌ଅଁବାର
ସୋମବାର, ଶିବଙ୍କ ବାର, ସୋମବାରରେ କରାଯାଉଥିବା ଉପବାସ l

ସ‌ଅ(ହ)ଳ
ହଳପାଇଁ ଉଦ୍ଦିଷ୍ଟ ଯୁଆଳିରେ ମରାଯାଇଥିବା କିଳା, ଏହାର ବାହାର ପାଖ ଅଂଶଟି ବଳଦ କାନ୍ଧରେ ରଖାଯାଏ ଓ ଏଥିରେ ଲାଗିଥିବା ଦ‌ଉଡିରେ ବଳଦ ବେକରେ ବନ୍ଧାଯାଏ l

ସ‌ଇବସିବା
ପରସ୍ପର ସହି ରୂପେ ବନ୍ଧୁତା କରିବା ଓ ପରସ୍ପରର ନାଁ ଧରି 'ସ‌ଇ' ବୋଲି ସଂବୋଧନ କରିବା l

ସ‌ଉଆସେର
ଏକ ସେରରୁ ଏକ ଚତୁର୍ଥାଂଶ ବା ପାଏ ଅଧିକ ପରିମାଣର ସେର l

ସ‌ଉତୁଣୀ
ଏକ ପତିର ଏକାଧିକ ପତ୍ନୀଙ୍କ ମଧ୍ୟରେ ଥିବା ପାରସ୍ପରିକ ସମ୍ବନ୍ଧ l

ସ‌ଉପ
ସପ, ମସିଣା l

ସଂକରାନ୍ତି
ସଂକ୍ରାନ୍ତି, ସୌରମାନ ମାସ ଗଣନାର ଶେଷ ଦିବସ l ଏଇଦିନ କରାଯାଉଥିବା ଓଷା, ହୋମାଦି କର୍ମ l

ସଂକଳ୍ପ
ମନୋବାଞ୍ଛା, ଇଚ୍ଛା l ମନର ଦୃଢ ପ୍ରତିଜ୍ଞା l ବ୍ରତ, ପୂଜାଦି ପୂର୍ବରୁ ତମ୍ବାପାତ୍ରରେ ଜଳ, ଗୁବାକ, ଚନ୍ଦନ, ତୁଳସୀ, କୁଶ ରଖି ମନ୍ତ୍ରପାଠ ସଂକଳ୍ପ ବାଚନ କରାଯାଏ l

ସଂକୀର୍ତ୍ତନ
ଦେବତାଙ୍କ ନାମ ଉଚ୍ଚାରଣ, ସ୍ତୁତିଗାନ, ଖୋଳ, କରତାଳାଦି, ବାଦ୍ୟ ସହିତ ସ୍ତୁତିଗାନ l


logo