logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଯ‌ଅ
ଯବଧାନ, ଶସ୍ୟ l

ଯଜମାନ
ବ୍ରାହ୍ମଣଙ୍କୁ ଦକ୍ଷିଣା ଦେଇ ତାଙ୍କ ଦ୍ଵାରା ହୋମ ଯଜ୍ଞାଦି କରାଉଥିବା ବ୍ୟକ୍ତି l

ଯଜ୍ଞ
ବେଦୋକ୍ତ ହୋମ, ପୂଜାବିଧି, ଦେବତାମାନଙ୍କୁ ଘୃତାହୂତି ଦେଇ ଆବାହନ l

ଯଜ୍ଞକୁଣ୍ଡ
ଯେଉଁ ହୋମ କୁଣ୍ଡରେ ଅଗ୍ନି ଜଳାଇ ଘିଅ ଆହୂତି ଦିଆଯାଏ l

ଯଜ୍ଞବେଦି
ଯେଉଁ ବେଦି ଉପରେ ଯଜ୍ଞ କରାଯାଏ l

ଯଜ୍ଞମଣ୍ଡପ
ଯେଉଁ ମଣ୍ଡପରେ ଯଜ୍ଞ କର୍ମ ସଂପନ୍ନ କରାଯାଏ l

ଯମଦାଢ଼
ଦୁଇ ପାଖରେ ଧାରଥିବା ଖଡ୍‌ଗ, କଟାରି l

ଯମଦୁତୀୟା
କାର୍ତ୍ତିକ ମାସ ଶୁକ୍ଳ ପକ୍ଷର ଦ୍ଵିତୀୟା, ଏଇଦିନ ଭାଇମାନଙ୍କୁ ଭ‌ଉଣୀମାନେ ମିଷ୍ଟାନ୍ନ ଆଦି ଖୋ‌ଇଥାନ୍ତି l

ଯମଦୂତ
ମୃତବ୍ୟକ୍ତିର ଆତ୍ମାକୁ ପୃଥିବୀରୁ ଯମଙ୍କ ନିକଟକୁ ନେଉଥିବା ବ୍ୟକ୍ତି l

ଯମମାସ
ଧର୍ମମାସ, କାର୍ତ୍ତିକମାସ l


logo