logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଟଉ
ରଙ୍ଗା ମିଶା ଧାତୁ l ଏଥିରେ ଚାରିଭାଗ ଟିଣ ଓ ଏକ ଭାଗ ସୀସା ଥାଏ l ବିବିଧ ବାସନ ଏବଂ ସୁନା ଅଳଂକାର ଝଳେଇ କରିବା ପାଇଁ ଏହାକୁ ବ୍ୟବହାର କରାଯାଏ l

ଟକାଫାନ୍ଦ
ଦ‌ଉଡିରେ ପଡୁଥିବା ଏକ ପ୍ରକାର ଫାଶ, ମୁଖ୍ୟତଃ ପଶୁ ପକ୍ଷୀ ଧରିବା ନିମିତ୍ତ ଏ ପ୍ରକାରର ଫାଶ ବସାଯାଏ l

ଟଙ୍କତୋରାଣି
ଅତି ଖଟା ତୋନି l ଆମ୍ବିଳା ଦହି, ଟଭାପତ୍ର, ଲୁଣ ଇତ୍ୟାଦି ମିଶାଯାଇ ଏହା ପ୍ରସ୍ତୁତ ହୋ‌ଇଥାଏ l

ଟଙ୍କା
ଷୋଳ ଅଣା ମୂଲ୍ୟର ରୁପାମୁଦ୍ରା l ଏହା ଏକ ତୋଳା ଓଜନ ବିଶିଷ୍ଟ ଥିଲା l ଏକ ଟଙ୍କା = ୧୬ ଅଣା, ୪ ସୁ‌ଉକି, ୨ ଅଧୁଲି, ୬୪ ପ‌ଇସା l ମାତ୍ର ଏବେ ଏହା ୧୦୦ ପ‌ଇସା l

ଟଙ୍କାର
ଧନୁରେ ତୀର ମାରିବା ବେଳେ ଧନୁର ଜ୍ୟାକୁ ଟାଣି ପୁଣି ଛାଡିବା ସମୟର ଟଂ ଟଂ ଶବ୍ଦ l

ଟଙ୍କି
ଲାଖରାଜ ଭୂମି ନିମିତ୍ତ ନାମକୁ ମାତ୍ର ଦେୟ ରାଜକର l ଓଡ଼ିଶାର କେତେଜଣ ରାଜା ଅତୀତରେ ବ୍ରାହ୍ମଣ ଶାସନମାନ ବସାଇ ବ୍ରାହ୍ମଣମାନଙ୍କ ନିମିତ୍ତ କିଛି ଭୂ-ସଂପତ୍ତି ଦାନ କରିଥିଲେ l ଏଇ ସଂପତ୍ତି ଉପରେ ସେମାନେ ନମକୁ ମାତ୍ର ସାଧାରଣ କର, ବ୍ରାହ୍ମଣମାନଙ୍କ ଉପରେ ଧାର୍ଯ୍ୟ କରାଯାଇଥିଲା l ଏଇ କର ଥିଲା ଟଙ୍କି l ଏହା ବାଟି ଟଙ୍କି, ବାହେଲି ଟଙ୍କି, ଦେବୋତ୍ତର ଟଙ୍କି, ବ୍ରହ୍ମୋତ୍ତର ଟଙ୍କି ଇତ୍ୟାଦି ବିଭିନ୍ନ ଭାଗରେ ବିଭକ୍ତ ଥିଲା l

ଟଙ୍କିଜମା
ଟଙ୍କି ବୃତ୍ତି ଉପରେ ଧାର୍ଯ୍ୟ କରାଯାଇଥିବା ନାମ ମାତ୍ର ଖଜଣା ଦେୟ l

ଟଙ୍ଗ
୧. ଟାଙ୍ଗିଆ, କାଠହଣା ଶସ୍ତ୍ର l ୨. ଖଣତି, ମାଟିଖୋଳା ଶସ୍ତ୍ର l ୩. ଚାରି ମାସର ପରିମାଣ l ୪. ମଝି ଢିପ ଥିବା ହେତୁ ସମତଳ ଭାବରେ ଭୂମିରେ ରଖାଯାଇ ପାରୁ ନଥିବା ପଥର ଖଣ୍ଡ l ୫. ଜଙ୍ଘ, ଫଡ଼ିଆ l

ଟଙ୍ଗଟଙ୍ଗ
ଜମିକୁ ଭଲ ଭାବରେ ଚାଷ ନକରି ଉପର ଠାଉରିଆ ଭାବରେ କରାଯାଉଥିବା ଚାଷକାମ l

ଟଙ୍ଗା
ଖ‌ଇଛଡ଼ା l ଖ‌ଇରୁ ଧାନ ବାଛି ବାହାର କରିବା ନିମିତ୍ତ ବାଉଁଶ ପାତିଆ ତିଆରି ଜାଲିଥିବା ଗୋଲିଆ ଅଗଭୀର ଟୋକେଇ l ଏଥିରେ ଧାନମିଶା ଖ‌ଇକୁ ରଖି ହାତରେ ଦଳିଲେ, ଖ‌ଇରେ ଲାଗିଥିବା ଧାନ ତଳକୁ ଖସିପଡେ ଓ ଖ‌ଇ ଯାକ ରହିଯାଏ l ୩. ମାଛ ରଖିବା ନିମିତ୍ତ ବ୍ୟବହୃତ ଖାଳେଇ l ଖାଳେଇ ବାଉଁଶ ପାତିଆରେ ତିଆରି ହୋ‌ଇଥାଏ ଓ ଏହାର ମୁହଁ ଅତି ଛୋଟ ଓ ସରୁ l ମାଛ ଧରାଳି ଏହାକୁ ଅଣ୍ଟାରେ ବାନ୍ଧିଥା'ନ୍ତି ଓ ଧରୁଥିବା ମାଛ ଏଥିରେ ରଖନ୍ତି l ୪. ଛୋଟ ହାଣ୍ଡି l ୫. ଘୋଡ଼ା ଦ୍ଵାରା ଟଣା ଯାଉଥିବା ଗାଡ଼ି l


logo