logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ର‌ଇ
ଚିତାନିଆଁ, ମଶାଣିର ଜୁଇଗାଡ଼ରେ ଲଗାଯିବା ନିଆଁ l

ର‌ଇକାଟିବା
ଉପରମୁଣ୍ଡର ପାଣିକୁ ନାଳି କରି ତଳ ଆଡ଼କୁ ଛାଡ଼ି, ମାଛଧରିବା l

ର‌ଇକାଠ
ଶବଦାହ ପାଇଁ ବ୍ୟବହୃତ କାଠ l

ର‌ଇଗାଡ
ଜୁଇଗାଡ଼, ଶବଦାହ ପାଇଁ ଖୋଳାଯିବା ଚୁଲା l

ର‌ଇଜଳାଇବା
ଜୁଇଗାଡ଼ରେ କାଠ ଖଂଜି, ଏଥିରେ ଶବକୁ ରଖି ନିଆଁ ଲଗାଇବା l

ର‌ଇତ
ରାଜ୍ୟବାସୀ ପ୍ରଜା, ଚାଷୀ l

ର‌ଇତଭାଗିଆ
ଖମାରୋ‌ଇ, ର‌ଇତଠାରୁ ଖଜଣାଦି ଅସୁଲ କରି ଜମିବାଡ଼ି ଦେଖାଶୁଣା କରୁଥିବା ବ୍ୟକ୍ତି l

ର‌ଇଶୀତଳା
ଶବଦାହର ତୃତୀୟ ଦିନରେ ପ‌ଇଡ଼ ପାଣି ଛିଞ୍ଚି ଚିତାଗ୍ନି ପ୍ରଶମନ, ଅସ୍ଥି ସଂଗ୍ରହ ଓ ଭସ୍ମ ସଂଗ୍ରହାଦି କର୍ମ l

ରକଟା
ମଜା ହୋ‌ଇ ନଥିବା ଅ‌ଇଁଠା ବାସନରେ ଲାଗିଥିବା ଶୁଖିଲା ଖାଦ୍ୟାଂଶ l

ରକଟା ଛଡ଼ାଇବା
ଶୁଖିଲା ଖାଦ୍ୟାଂଶ ଲାଗିଥିବା ଅ‌ଇଁଠା ବାସନକୁ ମାଜି ସଫା କରିବା l


logo