Odiya Loka Sanskruti Sabdakosa
ପିଲା ଜନ୍ମ ହେବାର ଛଅଦିନରେ ଷଠୀଦେବୀଙ୍କ ପୂଜା l
ଭାଦ୍ରବ ମାସ ଶୁକ୍ଳ ପକ୍ଷ ୬ଷ୍ଠୀ ତିଥିରେ ମାଆମାନେ କରୁଥିବା ଷଠି ଦେବୀଙ୍କ ପୂଜା l ବଜ୍ରମୂଳି, ବାଉଁଶ ପତ୍ର, ସାରୁନଡାଦି, ବିଡାକରି ମାଆ ଶିଶୁକୁ ଧୀରେ ଧୀରେ ଆଘାତ ଦିଏ l ଏହାଦ୍ଵାରା ସମସ୍ତ ରିଷ୍ଟ ଖଣ୍ଡିତ ହୁଏ ବୋଲି ଧାରଣା ରହିଛି l
ଶିଶୁ ଜନ୍ମର ଷଷ୍ଠ ଦିନର ଉତ୍ସବ l ଏନ୍ତୁଡି ଶାଳରେ ଷଷ୍ଠ ଦିବସରେ ଚିକିଟାମାଟିରେ କାନ୍ଥରେ ଘର କରାଯାଏ l ଏଥିରେ କଉଡ଼ି ପୋତାଯାଏ l ସଧବାମାନେ ପ୍ରସୂତି ଓ ସନ୍ତାନକୁ ବନ୍ଦାପନା କରନ୍ତି l ଚକୁଳିପିଠା ଓ ଗୁଡ ବଣ୍ଟାଯାଏ l
ବାହାଘରର ଷଷ୍ଠ ଦିବସରେ କରାଯାଉଥିବା ଉତ୍ସବ l
ଷଠିଦେବୀ, ସନ୍ତାନର ସୁରକ୍ଷା କାରିଣୀ ଦେବୀ l
ଷଠିଓଷା ଦିନ ମାଆ ଦ୍ଵାରା ସାରୁନଡା, ବଜ୍ରମୂଳି, ବାଉଁଶପତ୍ର ବିଡ଼ାରେ ପିଲାଙ୍କୁ ଧୀର ଆଘାତ ଏହା ଦ୍ଵାରା ପିଲାଙ୍କ ଅନିଷ୍ଟ ଦୂର ହୋଇଯାଏ ବୋଲି ଧାରଣା ରହିଛି l
ମୃତକର ପ୍ରଥମ ଶ୍ରାଦ୍ଧ ବା ବାରପତ୍ରରେ ପ୍ରଦତ୍ତ ଶ୍ରାଦ୍ଧରେ ପ୍ରଦତ୍ତ ୧୬ ପ୍ରକାର ଦାନ l ଯଥା - ସୂନା, ରୁପା, ତମ୍ବା, କଂସା, ଗୋ, ଅଶ୍ଵ, ହସ୍ତୀ, ଗୃହ, ଭୂମି, ବୃକ୍ଷ, ବସ୍ତ୍ର, ଶଯ୍ୟା, ଉପାନହ, ଦାସୀ, ଅନ୍ନ, ଜଳ l
ମହାଳୟାରେ ତୀର୍ଥ ସ୍ଥାନରେ କରାଯିବା ଶ୍ରାଦ୍ଧ ଶେଷରେ ଉଣେଇଶି ଗୋଟି ପିଣ୍ଡ l
ଦେବଦେବୀଙ୍କର ଷୋଳ ପ୍ରକାର ପୂଜା ଉପଚାର l ଯଥା - ଆସନ, ସ୍ଵାଗତ, ପାଦ୍ୟ, ଅର୍ଘ୍ୟ, ଆଚମନୀୟ, ମଧୁପର୍କ, ପୁନରାଚମନ, ସ୍ନାନ, ବସନ, ଆଭରଣ, ଗନ୍ଧ, ପୁଷ୍ପ, ଧୂପ, ଦୀପ, ନୈବେଦ୍ୟ, ମୁଖବାସ l