logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଖ‌ଇ
ଧାନ, ମାଣ୍ଡିଆ, ମକା, ବାଜରାଦି ଶସ୍ୟକୁ ବାଲିରେ ଭାଜି ପ୍ରସ୍ତୁତ କରାଯାଇଥିବା ଲିଆ l ସଧବାନାରୀ ମଲେ ଖ‌ଇ କ‌ଉଡି ବିଞ୍ଚାଯାଏ l ଘର ପ୍ରତିଷ୍ଠାରେ ଘର ଚାରିପାଖେ ଖ‌ଇକ‌ଉଡି ବିଂଚାଯାଏ l ବିବାହବେଦିରେ ବରକନ୍ୟା ହୋମ ନିଆଁରେ ଖ‌ଇ ପକାନ୍ତି l ଏହାକୁ ଲାଜା ହୋମ କୁହାଯାଏ l

ଖ‌ଇ‌ଉଖୁଡା
ଖ‌ଇକୁ ଗୁଡ ପାଗ ଦେଇ ପ୍ରସ୍ତୁତ କରାଯାଉଥିବା ଉଖୁଡ଼ା l

ଖ‌ଇଚ(ଛ)ଡା
ଦରଫୁଟା ଖ‌ଇ, ଏହା ଉପରେ ଲାଗିଥିବା ଧାନ ଚୋପାକୁ ବାହାର କରିବା l

ଖ‌ଇଚଲା
ଖ‌ଇରୁ ଧାନ ଛଡ଼ାଇବା ପାଇଁ, ବାଉଁଶ ପାତିଆରେ ତିଆରି ଖ‌ଇ ଚଲାଇବାର ଚାଲୁଣି l ଏଥିରେ ଖ‌ଇ ରଖି ଘଷିଲେ ଧାନ ଗୁଡିକ ଏହାର ଛିଦ୍ର ଦେଇ ତଳକୁ ଖସିପଡେ l

ଖ‌ଇଚୂର
ଖ‌ଇଚୂନାରେ ମିଠା ଦିଆହୋ‌ଇ ପ୍ରସ୍ତୁତ ହେଉଥିବା ମିଷ୍ଟାନ୍ନ l

ଖ‌ଇଞ୍ଚି
୧. ଖ‌ଇ ଚଳାଇବା ଚାଲୁଣି l ୨. ବାଉଁଶକାଠି ବା ନଡିଆ ଖଡିକା ଓ କତାଦ‌ଉଡାରେ ବୁଣା ଯାଇଥିବା ମାଛମରା ଯନ୍ତ୍ର l ଏହାର ମୁହଁପାଖ ବୃତ୍ତାକାର ଓ ପଛପାଖ ଗୁଚ୍ଛାକୃତି ହୋ‌ଇଥାଏ l

ଖ‌ଇଧାନ
୧. ଖ‌ଇଭଜା ହେବା ପାଇଁ ଖରା, କାକରରେ ପାଗ ହୋ‌ଇଥିବା ଧାନ l ୨. ଖ‌ଇରୁ ବାହାରି ଥିବା ଧାନଚୋପା l

ଖ‌ଇନି
କଳରେ ଜାକିବା ପାଇଁ ତିଆରି ଚୂନପତ୍ର l ଚୂନମିଶା ଧୂଆଁପତ୍ର ଗୁଣ୍ଡ l

ଖ‌ଇମଣ୍ଡ
ଖ‌ଇକୁ ପାଣିରେ ବତୁରାଇ ପ୍ରସ୍ତୁତ କରାଯାଉଥିବା ମଣ୍ଡ l

ଖ‌ଇର
ବବୁର ଜାତୀୟ ଗଛରୁ ବାହାରୁଥିବା ନିର୍ଯ୍ୟାସ l ଖ‌ଇରକୁ ଚୂନା କରି ଏଥିରେ ଗନ୍ଧଶୁଣ୍ଠି, ପାନମଧୁରୀ, କଳାଜିରାଦି ପକାଇ କାଦୁଅ ଭଳି ଚକଟି, କେତକୀ ପତ୍ରରେ ଭର୍ତ୍ତି କରି ଶୁଖାଇଲେ ଏହା ସୁବାସିତ ଖ‌ଇର ହୁଏ l ଏହାକୁ କେତକୀ ଖ‌ଇର କୁହାଯାଏ l


logo