logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ବ‌ଅ
ତନ୍ତରେ ଲାଗିଥିବା ସୂତାପାନିଆଁ, ଏହାର ପ୍ରତ୍ୟେକ ଘରେ ଟାଣି ସୂତା ଭର୍ତ୍ତି କରାଯାଇ ଲୁଗା ବୁଣାଯାଏ l

ବ‌ଅ କାଠି
ଯେଉଁକାଠି ଦୁଇଟିରେ ବ‌ଅ ସୂତା ବନ୍ଧା ଯାଇଥାଏ l

ବ‌ଅପଟା
ବ‌ଅ ଝୁଲାଯାଇଥିବା ପଟା l

ବ‌ଅପଡିଆ
ଲୁଗା ବୁଣାରେ ତ୍ରୁଟି ହେତୁ ଗୋଟିଏ ସ୍ଥାନରେ ଆବଶ୍ୟକତାଠାରୁ ଅଧିକ ପରିମାଣରେ ସୂତା ଗୁଡାଇ ହୋଇଥିବା ଅବସ୍ଥା l

ବ‌ଅର
ନ‌ଈ ପାଣିରେ ଥଳ ପାଇବା l

ବ‌ଅର ପାଇବା
ଥଳ ପାଇବା l

ବ‌ଇ
କୁଢ,ଗଦା,ଘେର,ବାଡ l

ବ‌ଇଁଠି
ପନିକୀ l

ବ‌ଇଁରି
୧. ତୋଡିମାଛ l ୨. ପାଉଁଜି ପରି ଗୋଡର ଅଳଂକାର l

ବ‌ଇଠା
୧. ଚକା ଆସନ l୨.ମୂର୍ତ୍ତି ଆଦିର ତଳେ ଲାଗିଥିଵା ଆସନ l ୩. ଗୋଲିଆ ଡେଙ୍ଗା ପଦାର୍ଥକୁ ସିଧା ଥୋ‌ଇବାକୁ ଏହା ତଳେ ଲାଗିଥିବା ଆସନ l


logo