logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଛ‌ଅଁଚା
ମଳତ୍ୟାଗ ପରେ ଶୌଚ ହେବା l

ଛ‌ଅର
ଖିଅର ହେବା l

ଛ‌ଅରବାଆର
ଶୁଦ୍ଧିକ୍ରିୟାରେ ବନ୍ଧୁ, କୁଟୁମ୍ବାଦିଙ୍କ ନଖ କଟା, ଲଣ୍ଡା ଓ କ୍ଷୌର କର୍ମ l

ଛ‌ଉନାଟ
ଏକ ପ୍ରକାର ମୂକ ଅଭିନୟ, ଛାଉଣି ନୃତ୍ୟ, ଯୁଦ୍ଧ ପ୍ରସ୍ତୁତି କଲା ଭଳି ଅଭିନୟ l ମୟୁରଭଞ୍ଜ, ବାରିପଦା, ଷଢେଇକଳାରେ ଏଇ ଲୋକନୃତ୍ୟ କରାଯାଏ l

ଛଁଚା
ସଞ୍ଚା, ସିଧା, ପ୍ରଦତ୍ତ, ଚାଉଳ, ଡାଲି, ପରିବାଦି ଖାଦ୍ୟ ସାମଗ୍ରୀ l

ଛକ
୧. ପଶା ପାଲିର ଘରା l ୨. ଚିଆଁଦାଗ l ୩. ମାଡଦାଗ, ନୋଳା l

ଛକା
୧. ଏକ ପ୍ରକାର କ‌ଉଡ଼ି ଖେଳ l ୨. କ‌ଉଡ଼ି ଖେଳରେ ଛ‌ଅଟିଯାକ କ‌ଉଡ଼ି ତଳମୁହାଁ ହୋ‌ଇ ପଡିବା l ୩. ଶିକାର କରିବା ପାଇଁ ଛକି ରହିବା l

ଛଙ୍କା ତରକାରି
ତେଲ ବା ଘିଅରେ ଛଙ୍କା ହୋ‌ଇଥିବା ତରକାରି l

ଛଚିନ୍ଦା
ଲମ୍ବାଳିଆ ଲତାଫଳ, ଏକ ପ୍ରକାର ପରିବା l

ଛଞ୍ଚା
ସଂଚା, ସିଧା, ବ୍ରାହ୍ମଣଙ୍କୁ ପ୍ରଦତ୍ତ ଡାଲି, ଚା‌ଉଳ, ପରିବାଦି ଖାଦ୍ୟରନ୍ଧା ସାମଗ୍ରୀ l


logo