logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଚ‌ଅଁର
୧. ନଡିଆ, ଖଜୁରି ଇତ୍ୟାଦି ଗଛର ଫଳ ଗୁଡ଼ିକ ଯେଉଁ ଗଛରୁ ବାହାରି ଥାଏ l ୨. ଚମରୀଗାଈ ଲାଙ୍ଗୁଡ଼ର କେଶ ଏକତ୍ର ବାନ୍ଧି, ବେଣ୍ଟ ଲଗା ଯାଇଥିବା ଚାମର l ଏହାକୁ ଠିଆପାଲାରେ ଗାୟକମାନେ ଧାରଣ କରନ୍ତି, ଦିଅଁଙ୍କୁ ଏଥିରେ ସେବା କରାଯାଏ l ଚାମର ପକାଇ ଦିଅଁଙ୍କୁ ଶୋଭାଯାତ୍ରାରେ ଅଣାଯାଏ l

ଚ‍ଅଁରଛାଞ୍ଚୁଣୀ
ଫୁଲଝାଡୁ, ଖଜୁରି ପିଞ୍ଛରେ ତିଆରି ଝାଡୁ l ଚ‌ଅଁର ଝାଡୁ l

ଚ‍‌ଅଁରମୁଠା
୧. ପାଲାବାଲାଙ୍କର ଚାମର l ୨. ଚମରୀଗାଈର ଲାଞ୍ଜ କେଶକୁ ଏକତ୍ର ବାନ୍ଧି ବେଣ୍ଟ ସହିତ ସଂଯୁକ୍ତ କରାଯିବା l

ଚ‌ଅଁରା
ଚାମର ଭଳି ଲାଞ୍ଜରେ ଅଧିକ କେଶ ଥିବା ଗାଈ l

ଚ‌ଅର୍‍
୧. ନିଶୁଣିର ଆଡିକାଠ l ୨. ଲାଞ୍ଜ ଅଗରେ ଥିବା କେଶ ଗୁଚ୍ଛ l

ଚ‌ଇତନ ଚିତା
ବୈଷ୍ଣବମାନେ ମୁଣ୍ଡର ପଛ ପାଖରେ ରଖୁଥିବା ଚୁଟି, ଶିଖା ଓ ମଥାରେ ଲଗାଉଥିବା ଚିତା l

ଚ‌ଇତା
ଚୈତ୍ରମାସରେ ଅମଳ ହେ‌ଉଥିବା କୋଳଥ l

ଚ‌ଇତିଘୋଡା
ଚ‌ଇତ ପୂନେଇଁ ଉପଲକ୍ଷେ କେଉଟମାନେ ବାଉଁଶ ବତାରେ ତିଆରି ହୋ‌ଇଥିବା ତାଟ ଉପରେ ଲୁଗା ଢାଙ୍କି, ଆଗପଟେ ଘୋଡା ମୁଣ୍ଡ ଲଗାଇ ନ‌ଚାଇବା ପାଇଁ ତିଆରି କରିଥିବା ଘୋଡା l

ଚ‌ଉରା
ଘର ଆଗରେ, ଅଗଣାରେ ପଶ୍ଚିମକୁ ମୁହଁ କରିଥିବା ମାଟିପିଣ୍ଡି, ଏହା ଉପରେ ତୁଳସୀ ଗଛ ଲଗାଯାଇଥାଏ l

ଚ‌ଉଶିଙ୍ଗା
ଚାରିଗୋଟି ଶିଙ୍ଗ ଥିବା ମୃଗ l


logo