logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ମ‌ଇ
ହଳଜମିକୁ ସମତଳ କରିବା ପାଇଁ ବଳଦ ଦ୍ୱାରା ଘୋଷରା ଯିବା ସରୁ ନିଶୁଣି l ଏହାର ଦୁଇ ମୁଣ୍ଡରୁ ଦୁଇଟି ଦ‌ଉଡି ଯୁଆଳିର ଦୁଇ ମୁଣ୍ଡରେ ବନ୍ଧାଯାଏ, ବଳଦ ଯୋଚାଯାଏ ଏବଂ ହଳିଆ ମ‌ଇ ଉପରେ ଛିଡା ହୋ‌ଇ ମ‌ଇ ଟଣାଯାଏ l

ମ‌ଇଁଷାଳ
ମ‌ଇଁଷିଆଳ, ମ‌ଇଁଷି ଜଗୁଆଳ l

ମ‌ଇଁଷିଆଳ ଛତା
ମ‌ଇଁଷିଆଳ ବ୍ୟବହାର କରୁଥିବା ତାଳପତ୍ର ଛପର ହୋ‌ଇଥିବା ବତା ତିଆରି ବଡ ଖୋଲା ଛତା l

ମ‌ଇଁଷି ଘିଅ
ମ‌ଇଁଷି ଦୁଧର ଦହି ଗୋଳାଯାଇ ବାହାରିଥିବା ଲହୁଣୀରୁ ତିଆରି ଘିଅ l

ମ‌ଇତା
କୁଆଁମ‌ଇତା ଲଟା ଓ ଫଳ l

ମ‌ଇତ୍ର
ମିତ୍ର,ବନ୍ଧୁ,ଦୁଇ ସମ ବୟସ୍କା ଅଥବା ସମ ମନସ୍କଙ୍କ ମଧ୍ୟରେ ମିତ୍ରତା, ପରସ୍ପର ପରସ୍ପରକୁ 'ମୈତ୍ର' ବୋଲି ସଂବୋଧନ କରିବା l ସ୍ତ୍ରୀ, ମୈତ୍ରାଣୀ l

ମ‌ଇଦାଣ୍ଡି
ମେରିଖୁଣ୍ଟ l ଧାନବେଙ୍ଗଳା ପକାଇବା ପାଇଁ ଦାଉଣି ଲାଗି ଖଳାରେ ପୋତା ଯାଇଥିବା ଖୁଣ୍ଟ l

ମ‌ଉଚ୍ଛବ
୧. ମହୋତ୍ସବ l ୨. ଅଷ୍ଟମ ପ୍ରହରାଦି ପରବର୍ତ୍ତୀ ଦିନ ହେଉଥିବା ସମୂହ ବୈଷ୍ଣବ ଭୋଜନ l

ମ‌ଉଜପାଣି
ଲୁଣରେ ଲଙ୍କା, ରସୁଣାଦିକୁ ଦଳି, ତେଲ ଓ ତୋନି ମିଶାଇ ପ୍ରସ୍ତୁତ ହେଉଥିବା ଏକ ପ୍ରକାର ବ୍ୟଞ୍ଜନ l

ମ‍ଉଜ ଭାତ
ଶିଶୁ ମାନଙ୍କ ଲାଗି ପିତା ମାତା ରାନ୍ଧିଥିବା ଘିଅ,ଡାଲି ଦିଆ ଭାତ, ଖେଚୁଡି l


logo