logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଶ‌ଅଁମ୍ବର ଦଶମୀ
ଶାମ୍ବଦଶମୀ l ପୌଷ ଶୁକ୍ଳପକ୍ଷ ଦଶମୀରେ ଅନୁଷ୍ଠିତ ସୂର୍ଯ୍ୟପୂଜା ପର୍ବ l

ଶ‌ଅଳ
ଶ‌ଇଳ, ଶହଳ l ଯୁଆଳିରେ ମରାଯାଇଥିବା ଦୁଇପଟର ଦୁଇ ବଡକିଳା, ଏହା ବାହାରେ ବଳଦ କାନ୍ଧ ଲାଗେ l ଏଥିରେ ବନ୍ଧା ହୋ‌ଇଥିବା ଦ‌ଉଡିରେ ବଳଦର ବେକକୁ ଯୁଆଳିରେ ବନ୍ଧାଯାଏ l

ଶ‌ଉପ
ପାନମହୁରୀ ଜାତୀୟ ଶାଗ ଓ ତାହାର ମଂଜି l

ଶ‌ଉରିବେତ
ମୋଟାବେତ l ଏଥିରେ ଚୌକି ଇତ୍ୟାଦି ତିଆରି ହୁଏ l ବଡ ଛତାର ବେଣ୍ଟ ମଧ୍ୟ ପ୍ରସ୍ତୁତ ହୁଏ l ସରୁ ବାଉଁଶ ପରି ଏହା ମୋଟେଇ l

ଶକରକନ୍ଦ
୧. ଗୟାଳୁ, ମିଠା ମୂଳଥିବା ଆଳୁ l ଏହା ଗଛର ମୂଳରେ ଫଳେ, କଞ୍ଚାରେ ଖାଇଲେ ଏହା ମିଠା ଲାଗେ l ୨. କନ୍ଦମୂଳ l

ଶଗଡ଼
ବଳଦଗାଡି l ଏହାର ଦୁଇଟି ଚକ ଥାଏ l ଚକ ଉପରେ ଲୁହାର ହାଲ ଥାଏ l ଚକର ହାଣ୍ଡିରେ ଅଖ ପଶିଥାଏ, ଅଖରେ ଅଣକିଳା ଲାଗିଥାଏ l ଏହା ଅନ୍ୟ ଉପରେ ଲମ୍ବା ଦଣ୍ଡା ରହିଥାଏ l ଅଗପଟ ଗୋଜିଆ ଅଂଶଟି ଝୁରାମୁଣ୍ଡି, ଏହା ସହିତ ଯୁଆଳି ଲାଗିଥାଏ l ଏଥିରେ ବଳଦ ଯୋଚାଯାଏ l ଶଗଡ ଦ୍ଵାରା ଯାତାୟାତ ଏବଂ ବୋଝ ଜିନିଷ ପତ୍ର ବୁହାଯାଏ l ଯାତ୍ରୀ ଶଗଡରେ ତାଟ ଲାଗିଥାଏ l ଲଦ‌ଉ ଶଗଡରେ ଓଦର ଲାଗିଥାଏ l

ଶଗଡ଼ ଅଡ଼ା
ଅନେକ ଶଗଡ ଏକ ଜାଗାରେ ରହିବା l

ଶଗଡଗୁଳା
ଶଗଡ଼ ଚକ ଯାଇଥିବା ଭୂଇଁରେ ଚିହ୍ନିତ ସମାନ୍ତରାଳ ଗାରଦ୍ଵୟ l

ଶଗଡଘଣି
କାଦୁଅରେ ଶଗଡ ଚକ ଦବି ଯାଇଥିବା ଖାଲ l

ଶଗଡଝୁରା
ଶଗଡ ଦଣ୍ଡା ଓ ଯୁଆଳିର ଯୋଡସ୍ଥାନ l


logo