logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଓ‌ଉ
ଉଆଉ, ଅମ୍ଳଫଳ ବିଶେଷ l ଏଇ ଫଳକୁ କାଟି ଏହାକୁ ଖଟା, ରାଇ ଇତ୍ୟାଦି କରାଯାଏ l

ଓକରି
ଢିଙ୍କିରେ ଧାନ କୁଟିବା ବେଳେ ସୁଙ୍କେଇବା ପାଇଁ ବ୍ୟବହୃତ ବାଡ଼ି l

ଓକାଳ
ବାନ୍ତି l

ଓଖର
କ୍ଷୀର l

ଓଗାଳ
ଦୋଳ ଯାତ୍ରା ସମୟରେ ଗୋପାଳମାନଙ୍କ ଲ‌ଉଡ଼ି ଖେଳ ବେଳର ପ୍ରଶ୍ନୋତ୍ତର ଭିତ୍ତିକ ଗୀତ l ଗୋପାଳମାନେ ହାତରେ ବାଡ଼ି ଧରି ଅଣ୍ଟାରେ ଘଣ୍ଟି ଓ ଘାଗୁଡ଼ି ବାନ୍ଧି ଦଳବଦ୍ଧ ହୋ‌ଇ ପ୍ରଶ୍ନ ଗୀତ ଗାଆନ୍ତି, ଅନ୍ୟ ଦଳେ ତାହାର ଉତ୍ତର ଗୀତରେ ଦିଅନ୍ତି l

ଓଗେର
ଇତ୍ୟାଦି, ପ୍ରଭୃତି l

ଓଜଳିବା
ନିଆଁରେ ତତାଇ ପୁଟ ଦେଇ ଅଳଂକାରାଦିକୁ ଉଜ୍ଜ୍ଵଳ କରିବା l

ଓଝା
୧. କମାର l ୨. ଗଣିତ ଶିକ୍ଷକ, ଅବଧାନ l ୩. ଭୂତ ଛଡ଼ାଉଥିବା ଗୁଣିଆ l

ଓଟବନ୍ଦି
ପଡ଼ିଆ ଜମିକୁ ଆବାଦ କରିବାକୁ ଜମିଦାର ଓ ପ୍ରଜାଙ୍କ ମଧ୍ୟରେ ହେଉଥିବା ଚୁକ୍ତି l

ଓଟରା ପଡ଼ିବା
୧. ବଢ଼ି ଛାଡ଼ିବା ସମୟରେ ସ୍ରୋତର ବେଗ ବଢ଼ିବା l ୨. ମରୁଡ଼ିରେ ଫସଲ ହାନିହେବା l


logo