logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ପଅଁରୀ/ପଇଁରୀ
ଗୋଡର ବଳା, ମଲ ଶ୍ରେଣୀର ରୁପା ଅଳଙ୍କାର l

ପଇ(ହି)
୧. ପହ୍ୟା, ଶଗଡ ଚକର ଅର, ଯାହା ମୂଳ କେନ୍ଦ୍ର ସହିତ ଚକର ବଳୟକୁ ଧରି ରଖେ l ଶଗଡ ଚକରେ ପରିଧିରେ ଯୋଡା ଯାଇଥିବା କାଠ ଖଣ୍ଡ l ୨. କ୍ଷେତର ଚାରିପାଖରେ ଦିଆଯାଇଥିବା ମାଟି ହିଡ l

ପଇଁତରା
କୁସ୍ତିଖେଳରେ ଜଣେ ଜଣକୁ ଘେରିବା l

ପଇକାର
ଖୁଚୁରା ବିକାଳି, କୋଚ ବେପାରୀ l

ପଇକାସ୍ତ
ପାହିରଇତ, ନିଜେ ବାସ କରୁଥିବା ମୌଜା ବା ଗାଁ ଛାଡି ଅନ୍ୟ ଗାଁରେ ଜମି ଭାଗଚାଷ କରୁଥିବା ଚାଷୀ l

ପଇଚଲା
ଶଗଡ ଦଣ୍ଡାର ଶେଷ ଫଳି l

ପଇଞ୍ଚି
ପହିଁଚି, ହାତ କଚଟିରେ ପିନ୍ଧା ଯାଉଥିବା ରୁପା ବା ପିତଳ ଖଡୁ l

ପଇତା
ବ୍ରାହ୍ମଣ, କ୍ଷତ୍ରିୟ ଓ ବୈଶ୍ୟଙ୍କର ଉପବୀତ l ତିନିଖିଅ ସୂତାରେ ଗଣ୍ଠି କରାଯାଏ l ନଅ ବା ଏଗାର ବୟସରେ ବ୍ରାହ୍ମଣ ପିଲାଙ୍କର ବ୍ରତଘର କରି ପଇତା ପିନ୍ଧାଯାଏ l ଦୁଇପଟରେ ଗୋଟିଏ ପଇତା ହୁଏ, ପ୍ରତି ପଟରେ ତିନିଖିଅ ସୂତା ଥାଏ l ବ୍ରାହ୍ମଣ, କ୍ଷତ୍ରିୟ ଓ ବୈଶ୍ୟଙ୍କର ପଇତା ଗଣ୍ଠି ପରସ୍ପରଠାରୁ ପୃଥକ l ପଇତା ଗଣ୍ଠିରେ ହଳଦୀମାଖି, ମନ୍ତ୍ର କରି ଏହାକୁ ପିନ୍ଧାଯାଏ l

ପଇତି
ମୁଗ, ବିରି, କୋଳଥ ଇତ୍ୟାଦିର ପାଣିଆ ଡାଲି l

ପଇବନ୍ଦ
ଲଥା, ଚକତି, କଣା ଲୁଗାରେ ପଡୁଥିବା ତାଳିକପଡା l


logo