logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଠ ଠା ଠି
ଦୁରବସ୍ଥା, ଶୋଚନୀୟ ଅବସ୍ଥା l

ଠକରା
ଠକ୍‌ ଠକ୍‌ ଶବ୍ଦ ସୃଷ୍ଟି କରୁଥିବା ବାଉଁଶ ତିଆରି ଏକ ପ୍ରକାରର ବାଦ୍ୟ l

ଠଣା
୧. କଣମୁଛା, କାନ୍ଥକୁରା; ମାଟି କାନ୍ଥରେ କୌଣସି ଜିନିଷ ରଖିବା ନିମିତ୍ତ କରାଯାଇଥିବା ଖୋପ l ୨. ଛାଉଣି, ଶିବିର l

ଠସ
ଲୁହା, ତମ୍ବା, କଂସା, ପିତଳ, ସୁନାରୁପା ଆଦି ଧାତୁ ତିଆରି କରିବା ନିମିତ୍ତ ବ୍ୟବହୃତ ଛାଞ୍ଚ l

ଠାଆ
୧. ସ୍ଥାନ l ୨. ଖାଇବା ସ୍ଥାନରେ ଜଳପାତ୍ର ଇତ୍ୟାଦି ରଖିବା ନିମିତ୍ତ ଭୂମିରେ ମୁରୁଜ ଦ୍ଵାରା ଲେଖାଯିବା ଚିତ୍ର l

ଠାଆପିଢ଼ା
ଖାଇବା ସ୍ଥାନକୁ ପରିଷ୍କାର ପରିଚ୍ଛନ୍ନ କରି, ମୁରୁଜ ପକାଇ, ଖାଇ ବସିବା ନିମିତ୍ତ ପିଢ଼ା ପକାଇବା l

ଠାଆବଢା
ଖାଇବା ସ୍ଥାନରେ ସଜ୍ଜା ଯାଇଥିବା ଖାଦ୍ୟ ସାମଗ୍ରୀ l

ଠାଆସଜ
ଖାଇବା ପାଇଁ ଉଦ୍ଦିଷ୍ଟ ବାସନ, ଜଳପାତ୍ର, ପିଢ଼ା ଇତ୍ୟାଦି ସରଞ୍ଜାମ l

ଠାଉଆ
ଆଗରୁ କୌଣସି ଜିନିଷ ଠାବ କରି ପରେ ଚୋରି କରୁଥିବା ଛୋଟ କାଟିଆ ଚୋର l

ଠାକରା
୧. ତୁମ୍ବବାଣ | ୨. ଦେ‌ଉଳ ଉପରେ ସର୍ବଶେଷରେ ମୁଦା ଯାଉଥିବା ପଥରଖଣ୍ଡ l ୩. ଚୁଲିଝିଙ୍କା l ୪. ଖପରା l


logo