logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଭ‍ଅଁର୍‌ଜାଲ୍‌
ଭ‌ଉଁରି ଜାଲ,କ୍ଷେପାଜାଲ,ଏହା ସୂତାରେ ତିଆରି ,ଏହାକୁ ମୁଣ୍ଡ ଉପରେ ନେଇ ଘୂରାଇ ପାଣିକୁ ପକାଇ ମାଛ ଧରାଯାଏ l

ଭ‍‌ଅଁର
୧.ଭୃଙ୍ଗ, ଭ୍ରମର l ୨. କାଠରେ କଣା କରିବା ପାଇଁ ବଢେଇଙ୍କ ବ୍ୟବହୃତ ଯନ୍ତ୍ର l ଏହା ଅଗରେ ଥିବା ଧାରୁଆ ଲୁହାତିଳା ଘୂରି ଘୂରି କାଠ କଣା କରେ l

ଭ‌ଅଁରା
୧. ଫସଲ କିଆରି ଜଗିବା ପାଇଁ ବଡଛତା ପରି ବାଉଁଶବୁଣା ଗୋଲିଆ ଚାଳି l ୨. ବାଉଁଶ କାଠିରେ ବୁଣା ଖ‌ଇଞ୍ଚି l

ଭ‌ଇଁରା
ନଟୁ l

ଭ‌ଇଁଷା
ମୁହଁ ସଂଜର ପରବର୍ତ୍ତୀ ସମୟ l

ଭ‌ଇଁଷା ଅନ୍ଧାର
ମଇଁଷିଆଳ,ମ‌ଇଁଷି ଜଗୁଆଳ l

ଭଇଁସାଲ୍‌
ମ‌ଇଁଷି ଆଳ,ମ‌ଇଁଷି ଜଗୁଆଳ l

ଭଉଁର
କୁନ୍ଦ,ଯେଉଁ ଯନ୍ତ୍ର ଦ୍ୱାରା କାଠକୁ କୁନ୍ଦାଯାଏ l

ଭ‌ଉଁରି
୧. ଅଳଂକାରରେ ଲାଗିଥିବା ପେଚଲଗା ଖିଲ l ୨. ପାଣିର ଆବର୍ତ୍ତ l ୩. ଚନ୍ଦନ ଯାତ୍ରାର ଶେଷ ଦିବସ,ଏଇ ଦିନ ଦିଅଁକୁ ଡଙ୍ଗାରେ ବସାଇ ଜଳାଶୟ ସାରା ଚକ୍ରାକାରରେ ବୁଲାଯାଏ l ୪. ଡଙ୍ଗାକୁ ଚକ୍ରକାରରେ ବୁଲାଇବା ପରି ଏକ ପ୍ରକାର ଜଳକ୍ରୀଡା l ୫. କୁନ୍ଦ ଯନ୍ତ୍ର l

ଭ‌ଉଁରିଆ
ଅମିନ, ଜମି ମାପକାରୀ l


logo