logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଲ‌ଇ
ବେତ, କୋରଟ, କିଆପଟ, ଛଣପଟ ଓ ଗଛଛାଲରୁ ବାହାରୁଥିବା ତନ୍ତୁ, ଏହାକୁ ବାନ୍ଧେଣି ରୂପେ ବ୍ୟବହାର କରାଯାଏ l

ଲ‌ଇଖଡୁ
ଶିଶୁମାନେ ପିନ୍ଧୁଥିବା ଲ‌ଇ ଭଳି ଗୁଡା ହୋ‌ଇଥିବା ପତଳା ଖଡୁ l

ଲ‌ଇଗଣ୍ଠି
ଲ‌ଇଦ୍ଵାରା ବତା ବା ଛଣ ଆଦିକୁ ଭିଡା ଯାଉଥିବା ଗଣ୍ଠି l

ଲ‌ଉଡ଼ି
ନ‌ଉଡ଼ି l ଦୋଳ ପୁନେଇଁରେ ଗୋପାଳମାନଙ୍କ ଦ୍ଵାରା ପ୍ରଦର୍ଶିତ ବାଡି ଖେଳ ଓ ଗୀତ ଗାନ l ଏଥିରେ ଶିଙ୍ଗା ବଜାଯାଏ l

ଲ‌ଉଲୀ
ନହୁଲୀ, ଯୁବତୀ l

ଲ‌ଉଲୀବୟସୀ
ନବଯୁବା, ନବଯୌବନା l

ଲକି
ପିତଳର ତସଲା l

ଲକ୍ଷ୍ମୀପାଟ
ଦେଉଳର ଦୁଆର ବନ୍ଧ ଉପରେ ଖଞ୍ଜା ଯାଉଥିବା ପଥରଖଣ୍ଡ l

ଲକ୍ଷ୍ମୀପାଦ
ନାରୀମାନେ ଘରର ଚଟାଣରେ ଲକ୍ଷ୍ମୀପାଦ କଳ୍ପିତ ପାଦର ଚିତା ଲେଖିବା, ଚିତାରେ ପାଦ ଚିତ୍ରିତ କରିବା l

ଲକ୍ଷ୍ମୀପୂଜା
୧. କୁମାର ପୂର୍ଣ୍ଣିମା, ମାର୍ଗଶିର ଗୁରୁବାର ଗୁଡିକରେ ଧନ ଏବଂ ସୌଭାଗ୍ୟ ବୃଦ୍ଧି ପାଇଁ ଲକ୍ଷ୍ମୀଙ୍କର ଉପାସନା l ୨. କାର୍ତ୍ତିକ ଅମାବାସ୍ୟାରେ ମଧ୍ୟ ଲକ୍ଷ୍ମୀପୂଜା କରାଯାଏ l ୩. ମାଣବସା l


logo