logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଜ‌ଉ
୧. ଲାଖ l ୨. ଶିମ୍ବାଦି ଲଟାରେ ଲାଗୁଥିବା ଏକ ପ୍ରକାରର କଳା ପୋକ l

ଜ‌ଉଆ
୧. ଜ‌ଉପୋକ l ୨. ଧାନକେଣ୍ଡାର ଡେମ୍ଫରେ ଜ‌ଉ ଭଳି ସ୍ତର ବସିଯିବା ରୋଗ l

ଜ‌ଉକଣ୍ଠି
ଲାଖ ତିଆରି କଣ୍ଠିରେ ପ୍ରସ୍ତୁତ ହାର l

ଜ‌ଉମୁଦ
ଗୋପନୀୟ ପତ୍ରକୁ ବନ୍ଦ କରି ତା' ଉପରେ ଲାଖ ତତାଇ ଦିଆଯାଉଥିବା ମୁଦ l

ଜକ
୧. ମାଟି ଉପରେ ଶୁଖିଲା ପଦାର୍ଥର ଓଦା ଅବସ୍ଥା, ସଲନ୍ତିଆ ଅବସ୍ଥା l ୨. ଗୁପ୍ତସୁନା l ୩. ଜଖ l

ଜଗତ
ଦୁନିଆ ଅର୍ଥରେ l

ଜଗତି
୧. ବେଦି l ୨. ବଡ଼କୋଠା l

ଜଗମୋହନ
ମୁଖ୍ୟ ମନ୍ଦିରର ପ୍ରବେଶ ପୂର୍ବରୁ ଏଥି ସହିତ ସଂଲଗ୍ନ ଛୋଟ ମନ୍ଦିର l

ଜଗାହୁଳା
ରାତିରେ ପହରା ଦେବା ବେଳେ ଆଲୁଅ ଦେଖାଇବା ପାଇଁ ବ୍ୟବହୃତ ମଶାଲ l

ଜଗାଳ
ପହରାଦାର, ଜଗୁଆଳ, ଜଗିଆ, ଜଗୁଆଳି l


logo