logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ହ‌ଅ କରିବା
ବୁଲୁଥିବା ହଳ, ଚଳନ୍ତା ଶଗଡରେ ଯୋଚାବଳଦକୁ ଠିଆ ହେବା ପାଇଁ ନିର୍ଦ୍ଦେଶ ଦେବା l

ହ‌ଇଜା
ଝାଡ଼ାବାନ୍ତି ରୋଗ l

ହ‌ଇଜା ଲାଗିବା
କୌଣସି ଅଞ୍ଚଳରେ ଝାଡାବାନ୍ତି ରୋଗ ବ୍ୟାପକ ହେବା l

ହଂସକଲମ
ହଂସପରର ମୂଳକୁ ମୁନିଆଁ କରି ତିଆରି କରାଯାଉଥିବା କଲମ, ପରକଲମ, ପକ୍ଷୀକଲମ l

ହଂସକେଳି
ଏକ ପ୍ରକାର ପିଠା l

ହଂସଗୁଣା
ହଂସ ଚିତ୍ରିତ ହୋ‌ଇଥିବା ନାକ ଓ କାନର ଅଳଂକାର l

ହଂସଲି
ସୁନା ବା ରୁପା ତିଆରି ଅଧାଚନ୍ଦ୍ର ଭଳି ବେକ ଅଳଂକାର l

ହସିଆ
ଅର୍ଦ୍ଧ ଚନ୍ଦ୍ରାକାର ଧାରୁଆ ଦାଆ ବା କଟୁରି l

ହଂସୁଲିତୁଳି
ହଂସ ରୁମରେ ପ୍ରସ୍ତୁତ କୋମଳ ଶେଯ l

ହଁସ୍‌ରା
ହାତୁଡି l


logo