logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

କ‌ଅଁଳଖରା
ସକାଳର ସୂର୍ଯ୍ୟ କିରଣ l

କ‌ଅଁଳଗାଧୁଆ ବେଳ
ପ୍ରାୟ ଦିନ ନ‌ଅଟା ପର୍ଯ୍ୟନ୍ତ ବେଳରେ ଗାଧୁଆ ପାଧୁଆ ସମୟ l

କ‌ଅଁଳବେଉଷଣ
ଧାନ ଗଛର କ‌ଅଁଳିଆ ହୋ‌ଇଥିବା ଅବସ୍ଥାରେ ଜମି ବେଉଷଣ l

କ‌ଅଁଳାଛୁଆ
ଶିଶୁ l

କ‌ଅଁଳା ପିଲା
ଉତିଆଣି ପିଲା, ଅଳ୍ପଦିନ ହେଲା ଜନ୍ମ ହୋ‌ଇଥିବା ଶିଶୁ l

କ‌ଅଁଳାବାଛୁରୀ
ଅଳ୍ପ ଦିନ ହେଲା ଜନ୍ମ ହୋ‌ଇଥିବା ବାଛୁରୀ l

କ‌ଇଁ
୧. ପାଣିରେ ଫୁଟୁଥିବା ନାଡ଼ଯୁକ୍ତ ଫୁଲ l ଏହା ଧଳା ଓ ନାଲି ରଙ୍ଗର l୨. କାନ୍ଦୁଥିବା ବେଳର ଶବ୍ଦ l

କ‌ଇଁଆ
୧. କଞ୍ଚା ତେନ୍ତୁଳି l ୨. ମ‌ଇ ବା ସିଡ଼ିର ଫଳି, ଫଳି ଶେଷ ମୁଣ୍ଡରେ ଦିଆଯାଇଥିବା ଖିଲ l

କ‌ଇଁଚି
କତୁରୀ ପରି କଣ ବାଗରେ ଛନ୍ଦା ଯାଇଥିବା କାଠ, ଯାହା ଉପରେ ଶେଣି ରହିଥାଏ l

କ‌ଇଁଥା
୧. ଦରସିଝା l ୨. ପଥୁରିଆ ହୋ‌ଇଥିବା l


logo