logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଧଅସ(ସି)
ଅତି ଚଞ୍ଚଳ, ଚଟାପଟ୍ l

ଧଇଁ
ଶ୍ୱାସରୋଗ l

ଧଇରି
ପୋଳୁହ, ପେଟରା ଆକୃତିର ମାଛଧରା ଯନ୍ତ୍ର l ଏଗୁଡିକ ବାଉଁଶକାଠିରେ ତିଆରି l ସ୍ଥଳ ବିଶେଷରେ ଏହାକୁ ଧଉଳି ମଧ୍ୟ କୁହାଯାଏ l

ଧଂଶା
ଶୋଭାଯାତ୍ରା ସମୟରେ ହାତୀ ବା ଓଟ ପିଠିରେ ରଖାଯାଇ ବଜା ଯାଉଥିବା ନାଗରା l

ଧକ
ଦହକ, ଜଳୁଥିବା ନିଆଁ ତେଜ l

ଧଟ
୧. ଧଡା, ନିକିତି, ଓଜନଯନ୍ତ୍ର l ୨. ୪୨ରତି ଓଜନ ବିଶିଷ୍ଟ l

ଧଟୀ
୧. ଦଣ୍ଡିଦାର, ଓଜନକରାଳି l ୨. ଗର୍ଭାଧାନ ପରେ ନାରୀମାନେ ପିନ୍ଧୁଥିବା ଲୁଗା l

ଧଡା
୧. ନିକିତି l ୨. ଠେଙ୍ଗା l ୩. କାଠଦଣ୍ଡା, ଅର୍ଗଳ l ୪. ଚିରାକପଡା l ୫. ତାଟିକୁ ଧରି ରଖିବା ପାଇଁ ବ୍ୟବହୃତ ବାଉଁଶ l ୪. କବାଟ ବନ୍ଦ କରି କବାଟ ପଛରେ ଠେସ ଦିଆଯାଉଥିବା ଲମ୍ବା ଟାଣୁଆ କାଠଖଣ୍ଡ l

ଧଡାଧରିବା
ପାସଙ୍ଗ ଧରିବା, ତୁଳାଦଣ୍ଡରେ ଲାଗିଥିବା ପଲାର ଓଜନ କମ୍ ବେଶି ଥିଲେ, ଉପରକୁ ଉଠିଥିବା ପଲାଟିକୁ ସମାନ କରିବା ପାଇଁ, ଏଥିରେ ବନ୍ଧାଯିବା ଗୋଡି ଇତ୍ୟାଦି l ସମାନ ତଉଲ ପାଇଁ ଏହା ସହାୟକ ହୋଇଥାଏ l

ଧଡି
ଲୁଗାର ଲମ୍ବା ପାଖର ଧାରରେ ବୁଣାଯାଇଥିବା ମୋଟା ସୂତାର ଆଧାର l


logo