logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଡଅଁର
ପାଣି ଭଉଁରି l ପାଣି ସୁଅରେ ତୋଡ଼ ଦ୍ଵାରା ନ‌ଈ ଗର୍ଭରେ ସୃଷ୍ଟି ହେଉଥିବା ଗୋଲାକାର ଗାତ l

ଡ‌ଅଣା
ଗୋରୁ ଗାଈଙ୍କୁ ଚେଙ୍କ ଦିଆଯିବା ପାଇଁ ବ୍ୟବହାର କରାଯାଉଥିବା ବଙ୍କାଳିଆ ଲୁହାଖଣ୍ଡ l

ଡ‌ଉଁରିଆ
ଡେଉଁରିଆ l ତମ୍ବା, ରୂପା, ସୁନାଦି ଧାତୁରେ କ୍ଷୁଦ୍ର ନଳ, ଯାହାର ଏକ ମୁଣ୍ଡ ବନ୍ଦ ଥାଏ, ଅନ୍ୟ ମୁଣ୍ଡ ବାଟେ ଔଷଧ ଭର୍ତ୍ତି କରାଯାଇ ଏହାକୁ ସୂତା ଦ୍ଵାରା ବାହୁ, ଅଥବା ଗଳାରେ ବନ୍ଧା ଯାଇଥାଏ l

ଡକା
ଉଚ୍ଚ ସ୍ଵରରେ ଶବ୍ଦ କରିବା l

ଡଗରା
୧. ରାଜାଙ୍କ ଆଦେଶକୁ ଘୋଷଣା କରୁଥିବା ବ୍ୟକ୍ତି, ରାଜାଙ୍କ ପ୍ରଶଂସା ଗାଉଥିବା ବ୍ୟକ୍ତି, ଭାଟ l ୨. ପାଇକ ସରଦାର l ୩. ଦୂତ l

ଡଙ୍କ
୧. ଲଟାର କ‌ଅଁଳିଆ ଅଗ l ୨. ସାପ l ୩. ବେକମୁଣ୍ଡା l

ଡଙ୍କଛୁଆଁ
ସାପ କାମୁଡ଼ା, ସାପ କଟା l ସାପର ନାଁ ନ ଧରି ତାକୁ ଡଙ୍କ, ନ‌ଅ, ଲ‌ଅ ଇତ୍ୟାଦି କୁହାଯାଏ l ସାପ ଚୋଟ ମାରିଲେ ତାକୁ ଡଙ୍କଛୁଆଁ କୁହାଯାଏ l

ଡଙ୍କା
୧. ନାଗରା, ଘେଙ୍ଗୁରା l ୨. ଲୁହା ବା ପିତଳର କରଚୁଲି l ୩. ନଡ଼ିଆ ଷଢେଇରେ ବାଉଁଶ ବତା ଦେଇ ତିଆରି ହୋ‌ଇଥିବା କରଚୁଲି l

ଡଙ୍କାଚଟୁ
୧. ବାହା, ବ୍ରତାଦିରେ ବଡ଼ ଧରଣର ଭୋଜି ରୋଷେଇରେ ବ୍ୟବହୃତ ଷଢେଇ ଓ ବତାରେ ତିଆରି ବଡ଼ ଅଣକ ଓ କାଠଚଟୁ l ୨. ଘରର ରୋଷେଇରେ ପାକ ସରଞ୍ଜାମ ରୂପେ ବ୍ୟବହୃତ ଅଣକ ଓ ଚଟୁ l

ଡଙ୍କି
୧. ଅଣକ, ଛୋଟ ଡଙ୍କା l ୨. ତେଲ ପେଡ଼ା ସମୟରେ ତେଲା ଦ୍ଵାରା ବ୍ୟବହୃତ ଲମ୍ବ ବେଣ୍ଟଲଗା ଅଗ ଗୋଜିଆ ଥିବା ଲୁହାଯନ୍ତ୍ର l ଏହାଦ୍ଵାରା ପିଡ଼ିଆକୁ ଠେଲି, ତେଲ ବାହାର କରାଯାଏ l


logo