logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଘ‌ଅଡ଼ିବା
ଘ‌ଉଡ଼େଇ ଦେବା l

ଘ‌ଇଆ
ଖଣ୍ଡିଆ ଖାବରା l

ଘ‌ଇତା
ସ୍ଵାମୀ, ଭର୍ତ୍ତା, ପତି l

ଘ‌ଇତି
ସ୍ଵାମୀ ବ୍ୟତୀତ ପର ପୁରୁଷକୁ ସ୍ଵାମୀ କରିଥିବା ନାରୀ l

ଘ‌ଇତେଈ
ବହୁ ପୁରୁଷଙ୍କୁ ସ୍ଵାମୀ କରିଥିବା ନାରୀ l

ଘଟ
୧. ଧାତୁ ବା ମାଟିରେ ତିଆରି ମାଠିଆ l ୨. ଶୁଦ୍ଧିଘରେ ତିନି କାଠିଆ ଉପରେ ନ‌ଅଦିନ ପର୍ଯ୍ୟନ୍ତ ସ୍ଥାପିତ ହୋ‌ଇ ପାଣି ପଶୁଥିବା ଓ ଦଶଦିନରେ ପାଣିରେ ଫିଙ୍ଗା ହେଉଥିବା ତଳେ ଛିଦ୍ର ଥିବା ମାଠିଆ l ୩. ଦେବୀ ପୂଜା ପାଇଁ ସ୍ଥାପିତ ମାଠିଆ l

ଘଟି
ମଳି ଛଡ଼ାଇବା ପାଇଁ ଦେହରେ ଲଗାଯିବା ଚୂନା l

ଘଟପାଟୁଆ
୧. ଏକ ଲୋକନୃତ୍ୟ l ୨. ଘଟ ସ୍ଥାପନ କରି ପୂଜା ଓ ପାଟୁଆ ନୃତ୍ୟ l ୩. ସାରଳା, ମଙ୍ଗଳା ପ୍ରଭୃତି ଠାକୁରାଣୀଙ୍କ ରାଉଳ ଓ ପଣ୍ଡା ସେବକମାନେ ଅର୍ଦ୍ଧନାରୀ ଅର୍ଦ୍ଧପୁରୁଷ ବେଶରେ ଗାଁ ଗାଁ ବୁଲି ଘଣ୍ଟ ବଜାଇ ପ୍ରଦର୍ଶନ କରୁଥିବା ପାଟୁଆ ନୃତ୍ୟ l ଚୈତ୍ରମାସ ସାରା ଏହା ଅନୁଷ୍ଠିତ ହୁଏ ଓ ବୈଶାଖ ସଂକ୍ରାନ୍ତି ଦିନ ଏହା ଉଦ୍‌ଯାପିତ ହୁଏ l

ଘଟପୂଜା
କଳସୀକୁ ଦେବ-ଦେବୀଙ୍କ ବିଗ୍ରହ ରୂପେ ପରିକଳ୍ପନା କରି ପୂଜା l

ଘଟୁଆରି
ଜଗନ୍ନାଥଙ୍କ ସେବା ପୂଜା ପାଇଁ ଚନ୍ଦନ ଘୋରି ଯୋଗାଉଥିବା ସେବକ ବିଶେଷ l


logo