logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଅବଖୁରା
ଛୋଟ ଗଡୁ l ଖାଇବା ସମୟରେ ପାଣି ପିଇବା ନିମିତ୍ତ ଏହାକୁ ଜଳପାତ୍ର ରୂପେ ବ୍ୟବହାର କରାଯାଏ l

ଅବଢ଼ା
ଅଭଡ଼ା ମଧ୍ୟ କୁହାଯାଏ l ଜଗନ୍ନାଥ ମହାପ୍ରଭୁଙ୍କ ମହାପ୍ରସାଦକୁ କୁଡୁଆରେ ଖାଇବା ବିଧି l ଏହା ବଢ଼ା ଯାଉନଥିବାରୁ ସମ୍ଭବତଃ ଏହାକୁ ଅବଢ଼ା କୁହାଯାଏ l ଗ୍ରାମ୍ୟ ପରିବେଶରେ ଅବଢ଼ା ଦିଆନିଆ ହୋ‌ଇ ପରସ୍ପର ମିତ ବସନ୍ତି ଓ ପରସ୍ପରକୁ 'ଅଭଡା' ବୋଲି ସଂବୋଧନ କରନ୍ତି l

ଅବତାର
ଦେବତା ବିଭିନ୍ନ ରୂପ ଗ୍ରହଣ କରି ମର୍ତ୍ତ୍ୟରେ ଜନ୍ମ ନେଇଥାନ୍ତି l ରାମ, କୃଷ୍ଣ ଇତ୍ୟାଦିଙ୍କୁ ଅବତାର ଭାବରେ ଗ୍ରହଣ କରାଯାଏ l ମୀନ, କଚ୍ଛପ, ବରାହ, ଶୂକର, ବାମନ, ରାମ, ବଳରାମ, ପର୍ଶୁରାମ, ବୁଦ୍ଧ ଓ କଳ୍‌କୀଙ୍କୁ ଦଶ ଅବତାର ଭାବରେ ଗ୍ରହଣ କରାଯାଏ l ମୂର୍ତ୍ତିରୂପରେ ଦିଅଁଙ୍କ ଅବତାରମାନଙ୍କୁ ପୂଜା କରାଯାଏ l

ଅବଧାନ
ଚାଟଶାଳୀ ଗୁରୁ l ପାରମ୍ପରିକ ଶିକ୍ଷାବ୍ୟବସ୍ଥାର ପ୍ରାଥମିକ ଶିକ୍ଷକ l ଏମାନଙ୍କ ଚାହାଳିରେ ଶିକ୍ଷାର୍ଥୀମାନେ ବିଦ୍ୟାଶିକ୍ଷା କରନ୍ତି l ମାଟି ବଂଶରେ ଜନ୍ମିତ ଅବଧାନଙ୍କୁ ମାଟିଆ ଅବଧାନ କହନ୍ତି l ଏମାନଙ୍କୁ ମଧ୍ୟ 'ଆପଣେ' ବୋଲି ସଂବୋଧନ କରାଯାଏ l ଏମାନେ ସକାଳବେଳା ପଣକିଆ ଓ ଗଣିତ ପଢ଼ାନ୍ତି, ଉପରବେଳା ଫଳା ବୋଲାନ୍ତି l

ଅବିର
ଫଗୁଗୁଣ୍ଡ l ଦୋଳଗୋବିନ୍ଦଙ୍କୁ ଦୋଳ ସମୟରେ ଏହା ଲାଗି କରାଯାଏ ଏବଂ ଲୋକେ ପରସ୍ପରକୁ ଏଇ ଗୁଣ୍ଡ ଫିଙ୍ଗାଫିଙ୍ଗି ହୋ‌ଇ ହୋଲି ଖେଳନ୍ତି l

ଅଭଡ଼ା
୧. ଶ୍ରୀ ଜଗନ୍ନାଥଙ୍କ ମହାପ୍ରସାଦ l ୨. ମହାପ୍ରସାଦ ଦେଇ ପରସ୍ପର ବନ୍ଧୁ ବସିବା ଓ ଅଭଡ଼ା ଡକାଡକି ହେବା l

ଅଭଡାକୁଡୁଆ
ଅନ୍ନ ମହାପ୍ରସାଦ ରନ୍ଧା ଓ ରଖାଯାଉଥିବା ମାଟି ହାଣ୍ଡି l

ଅଭିଆଡ଼ା
ବିବାହ ଯୋଗ୍ୟ ହେଲେ ମଧ୍ୟ ବାହା ହୋ‌ଇନଥିବା ଯୁବକ l

ଅଭିଆଡ଼ୀ
ବିବାହ ଯୋଗ୍ୟା ହେଲେ ମଧ୍ୟ ବାହା ହୋ‌ଇନଥିବା ଯୁବତୀ l

ଅଭିଆଡୀପଦା
ବିବାହ ପୂର୍ବରୁ ବ୍ରାହ୍ମଣ ବା ବଣିଆ ଘର ଝିଅ ରଜସ୍ଵଳା ହେଲେ ତାକୁ ବାସନ୍ଦ କରି ଅଲଗା ରଖା ଯାଉଥିବା ସ୍ଥାନ l


logo