logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଆଲଟ
ବଡ଼ ପଙ୍ଖା, ଆଡଣି l ଆଗରୁ ରାଜା, ସାମନ୍ତ ଇତ୍ୟାଦିଙ୍କ ପାଇଁ ଆଲଟ ପକାଇ ସେବକମାନେ ସେବା କରୁଥିଲେ l

ଆଳିପଣା
ଧାର୍ମିକ ଉତ୍ସବ ପୂର୍ବରୁ ହେଉଥିବା ଜଳଯୋଗ l ପୂର୍ବରୁ ବିବିଧ ବିବାହ ଉତ୍ସବରେ ବରଯାତ୍ରୀମାନଙ୍କୁ ମଣ୍ଡା, କାକରା, ପୁରି, ଇତ୍ୟାଦି ଜଳଯୋଗ ପ୍ରଦାନ କରିବାର ବିଧିଥିଲା l

ଆଳୁପିଣ୍ଡ
ଦେଶୀଆଳୁର ମଂଜି, ଏହାକୁ ପୋତିଲେ ପୁଣୀ ଗଛ ହୁଏ l

ଆଳୁପୁଆ
ଆଳୁପିଣ୍ଡ, ଆଳୁମଞ୍ଜି l

ଆଳୁମାତ୍ରା
ଆଳୁଲଟାର ଗଣ୍ଠି ଗୁଡ଼ିକରେ ଅଣ୍ଡାକାର ଫଳ l ଆଳୁମାନ୍ତରା l

ଆସ୍ଥାନ
ଦେବତାଙ୍କ ବସିବା ନିମିତ୍ତ ସ୍ଥାନ l ସତ୍ୟପୀର ପୂଜାରେ ଖଟୁଳି ବା ପିଢ଼ା ଉପରେ ନୂଆ ବସ୍ତ୍ର ପକାଯାଏ, ଏହା ଚାରିପଟେ କାଣ୍ଡ ପୋତାଯାଏ l ଏଥିରେ ପାଞ୍ଚଗୋଟି ପାନ ପତ୍ରରେ ଗୁଆ ଓ ପାଚିଲା କଦଳୀ ରଖି ପୂଜା ସ୍ଥାନ କରାଯାଏ l ଏହା ଆସ୍ଥାନ ରୂପେ ଖ୍ୟାତ l

ଆହୁଲା
ଡଙ୍ଗା ଚଳାଇବା ପାଇଁ ବ୍ୟବହୃତ କାଠ ତିଆରି ଦଣ୍ଡ l ଏହାର ଅଗ୍ରଭାଗ ଚ‌ଉଡ଼ା ଓ ମୂଳଭାଗକୁ ଧରି ନାଉରିଆ ଆହୁଲା ମାରି ଡଙ୍ଗା ଚଳାଏ l ବିଶେଷତଃ କାତ ନ ପାଉଥିବା ସ୍ଥାନରେ ଆହୁଲାର ବିଶେଷ ବ୍ୟବହାର କରାଯାଏ l

ଇଙ୍କଡ଼
ଇଙ୍କର ତୃଣ l ଏଗୁଡ଼ିକ ଖୁବ୍‌ ଡେଙ୍ଗା, ଏହାକୁ ତାଟ କରି ପାନ ବରଜର ଚାରିପାଖରେ ଓ ବରଜ ଉପରେ ପକାଯାଏ l

ଇଞ୍ଚଡ଼
କଷିପଣସ, ପଣସକଠା l

ଇଛରା
ସଦ୍ୟଜାତ ଶିଶୁର ଛୁତିକିଆ କାମ l


logo