logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

କ୍ଷେଇ
ଚନ୍ଦ୍ରକ୍ଷୟ ତିଥି l

କ୍ଷେତ
ଚାଷ ଉପଯୋଗୀ ଜମି l

କ୍ଷେତବଢା
ଧାନକଟା ଶେଷ ହେଲେ ବିଲର ଦକ୍ଷିଣ ପୂର୍ବ କୋଣରେ କେତେକ ଧାନ ଗଛ ଛାଡି ଦିଆଯାଏ l ଶେଷହଳା ଆଣିବା ବେଳେ, ଛଡା ଯାଇଥିବା ଧାନ ଗଛରୁ ସାତଗୋଟି ଧାନକେଣ୍ଡା ଏହା ସହିତ ବିଲରୁ ଖଳାକୁ ଅଣାଯାଏ l

କ୍ଷେପ
ଭ‌ଉଁରିଜାଲ ପକାଇବାର ଥର l

କ୍ଷେପା
୧. ଭ‌ଉଁରିଜାଲ l ୨. ନଡିଆ ଓ ତାଳ ଗଛରେ ଚଢିବାକୁ ଚଢାଳି ଦୁଇ ଗୋଡର ବ୍ୟବହାର କରୁଥିବା ଛନ୍ଦ ଦ‌ଉଡ଼ି l ୩. ଖୁଣ୍ଟୁଣି ଅଗରେ ବନ୍ଧା ଜାଲ l ୪. ଓଲିଆଗୋରୁ ଗୋଡରେ ବନ୍ଧା ଯିବା ଦ‌ଉଡା l

କ୍ଷେପିଜାଲ
ଭଉଁରି ଜାଲ l

କ୍ଷେମେଟା
ଚାରି ବା ଛ‌ଅ ତାଳବିଶିଷ୍ଟ ବାଜା ବଜାଇବାର ଦ୍ରୁତ ରୀତି l


logo