logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଆମବାତ / ଆମଦୋଷ
ପେଟ ଜନିତ ରୋଗ l

ଆମ୍‌ଖାସ୍‌
ଘରର ଶେଣିକୁ ଧରି ରଖିବା ପାଇଁ କାନ୍ଥରୁ ଦିଆଯାଇଥିବା କାଠଖଣ୍ଡ, କ‌ଇଁଚିଆ କାଠ l

ଆମ୍‌ସଡ଼ା
ଆମ୍ବସଢ଼ା l ପାଚିଲା ଆମ୍ବ ଚିପୁଡ଼ାଯାଇ, ଏଥିରୁ ବାହାରୁଥିବା ରସକୁ ଖରାରେ ଶୁଖାଇ ପ୍ରସ୍ତୁତ କରାଯାଉଥିବା ଆଚାର l ଏହାକୁ ଆମ୍‌ସୁଠା ମଧ୍ୟ କୁହାଯାଏ l

ଆମୁଲ୍‌ପରଝା
ଆମ୍ବୁଲ ତରକାରି l ଆମ୍ବୁଲ ପଡ଼ି କରାଯାଉଥିବା ଏକ ପ୍ରକାର ବ୍ୟଂଜନ l

ଆମ୍ବଡ଼ା
ଆମ୍ବଭଳି ଖଟା ଲାଗୁଥିବା ଏକ ପ୍ରକାରର ଫଳ l

ଆମ୍ବିଳ
ଖଟାରସ l ଖଟା ମିଠା ଦିଆଯାଇ ପ୍ରସ୍ତୁତ କରାଯାଉଥିବା ବ୍ୟଞ୍ଜନ, ଖଟେଇ l

ଆମ୍ବୁଲ
କଞ୍ଚା ଆମ୍ବ କାଟି, ଏହାକୁ ଲୁଣ ଓ ହଳଦୀ ପାଣିରେ ପକାଇ ଶୁଖାଯାଏ ଓ ପରେ ଏଥିରେ ଲଙ୍କାଗୁଣ୍ଡ ଇତ୍ୟାଦି ଦିଆଯାଇ ସଂରକ୍ଷଣ କରାଯାଏ l

ଆୟୁର୍ବେଦ
କବିରାଜୀ ଚିକିତ୍ସା ପଦ୍ଧତି l

ଆରଶି
ଆରିଶି, ଦର୍ପଣ, ଆଇନା l

ଆରିସା
ଅଟା, ଚାଉଳଚୂନା, ଗୁଡ଼ ଓ ବିରି ଚୂନା ଫେଣ୍ଟାଯାଇ ଚକଟାଯାଏ ଓ ଏହାକୁ ଖଳିକରି ଘିଅରେ ଛଣାଯାଉଥିବା ସୁଆଦିଆ ପିଠା l ଜଗନ୍ନାଥ ମହାପ୍ରଭୁଙ୍କର ଦି'ପହର ଭୋଗ ହୁଏ l ବିବାହ ଭଳି ମାଙ୍ଗଳିକ କାମରେ ଏଇ ପିଠା ସାଇପଡ଼ିଶାରେ ବଣ୍ଟାଯାଏ l ଏହାର ଅନ୍ୟନାମ ଘି'ପିଠା l


logo