logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଆଠୁଆରି ଭାର
ଅଷ୍ଟମଙ୍ଗଳା ଭାର l

ଆଡକାଠ
୧. ତନ୍ତର ବାଁ ପାଖରୁ ଡାହାଣ ପାଖକୁ ପଡ଼ିଥିବା କାଠ l ୨. ପଶୁବଳି ଦେବାପାଇଁ ପୋତା ଯାଇଥିବା ଅର୍ଗଳ l ୩. ଛକି ପଡ଼ି ବନ୍ଧାଯାଇଥିଵା ଦୁଇ ବାଡ଼ି l ୪. କାନ୍ଥ ଉପରେ ପଡିଥିବା କାଠ ଖଣ୍ଡ l

ଆଡ୍‌କି
ଆଡ଼ିକାଠ l ଖଟ, କବାଟ, ଶଗଡ଼ ଦଣ୍ଡାରେ ଲାଗିଥିବା ଓସାର ପଟିଆ କାଠଖଣ୍ଡ l

ଆଡଖୁର
୧. ଲୁଗାପଟା ରଖିବା ପାଇଁ ବ୍ୟବହୃତ ବେତପେଡ଼ି l ୨. ଝିଅ ପହିଲି ପାଳି ଶାଶୁ ଘରକୁ ଯିବାବେଳେ ତା' ସହିତ ପଠାଯିବା ଚିତ୍ରଥିବା କାଠପେଡ଼ି l

ଆଡ଼ଖୋଷା
ଦକ୍ଷିଣୀଖୋଷା l ମୁଣ୍ଡ ପଛ ପାଖରୁ ବେକର ଏକପାଖକୁ ଢ଼ଳିଥିବା କେଶବିନ୍ୟାସ ରୀତି l

ଆଡ଼ଘିଅ
ପିଠା ଛଣାଛଣି ପରେ ଛଣା ପାତ୍ରରେ ବଳିପଡିଥିବା ପୋଡାଘିଅ l

ଆଡଛତା
ରାଜା, କିମ୍ବା ଦେବ ଦେବୀଙ୍କ ଶୋଭାଯାତ୍ରାରେ ଖରାତଡ଼ିବା ପାଇଁ ଧରାଯାଉଥିବା ପଙ୍ଖା ଆକାରର ଛତା, ଆଡେଣି, ତରାସ l

ଆଡଣ
ବିପଦରୁ ରକ୍ଷା ପାଇବା ନିମିତ୍ତ ଢ଼ାଲ, ପରଦା, ମଲ୍ଲବିଦ୍ୟାର ଏକ ପ୍ରକାରର କୌଶଳ l

ଆଡମ‌ଇ
ଅସମତଳ କାଦୁଆ ଚାଷ କ୍ଷେତକୁ ସମତଳ କରିବା ନିମିତ୍ତ ଢ଼ିପ ଆଡୁ ଖାଲ ଆଡ଼କୁ ଚଳାଇ ନିଆଯାଉଥିବା ପଟା l

ଆଡମରା
ଛାମୁଣ୍ଡିଆ ଉପରେ ଆଡ଼ବାଗରେ ପକାଯିବା ବାଉଁଶ ବା କାଠ l


logo