logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଆଟିକାଭୋଗ
ଶ୍ରୀ ଜଗନ୍ନାଥ ଦର୍ଶନକୁ ପୁରୀ ଆସିଥିବା ଯାତ୍ରୀମାନେ ନିତିଖଂଜା କରିବା ଉଦ୍ଦେଶ୍ୟରେ ପଣ୍ଡାମାନଙ୍କୁ ଦେଉଥିବା ଧନ l

ଆଜ୍ଞାପତ୍ର
ଆଦେଶପତ୍ର l ରାଜା, ସାମନ୍ତ ପ୍ରଭୃତିଙ୍କ ଆଦେଶ ବହନ କରୁଥିବା ପତ୍ର l

ଆଟୁ
ଚାଳତଳେ ଓ କାନ୍ଥ ଉପରେ ତିଆରି ମାଟିଛାତ l କାଠ, ବାଉଁଶ ଇତ୍ୟାଦି କାନ୍ଥ ଉପରେ ରଖାଯାଇ ଏହା ଉପରେ ଚକଟାମାଟି ଥାପି ଆଟୁ ତିଆରି ହୁଏ l

ଆଠକାଠିଆ
ଏକ ପ୍ରକାର ପିଲାଙ୍କ ଖେଳ l ଭୂଇଁରେ ଗାର କଟାଯାଏ, ମଝିରେ ଆଠଖଣ୍ଡ କାଠି ରଖାଯାଏ l ଏହାକୁ ଜଣେ ଖେଳାଳି ଜଗେ, ଅନ୍ୟ ଚାରିଜଣ ଖେଳାଳି ଏଥିରୁ କାଠି ଝାଁପି ନିଅନ୍ତି l ଏଇ ସମୟରେ ଜଗିଥିବା ଖେଳାଳି ଯାହାକୁ ଛୁଏଁ, ସେ ଆସି ଜଗେ ଓ ଅନ୍ୟମାନେ ଅନୁରୂପ ଢ଼ଙ୍ଗରେ କାଠି ଝାଁପି ନିଅନ୍ତି l ଶାରୀରିକ ଶ୍ରମ ପାଇଁ ଏହା ଏକ ଚମତ୍କାର ଖେଳ l

ଆଠଣା
୧. ଟଙ୍କାକର ଅଧା l୨. ଅଧା l ୩. ଆଠ‌ଅଣା ପରିମିତ ମୁଦ୍ରା, ବର୍ତ୍ତମାନର ୫୦ ପ‌ଇସା l

ଆଠପଚିଶ
ଏକ ପ୍ରକାର କ‌ଉଡ଼ି ଖେଳ l

ଆଠମଙ୍ଗଳା
ବିବାହର ଅଷ୍ଟମ ଦିବସ l

ଆଠୁଆରି
ଉଠିଆରି, ଆଠ ଦିନରେ ଥରେ l

ଆଠୁଆରି କଣ୍ଟ
ପ୍ରାୟ ପ୍ରତି ଆଠଦିନରେ ଥରେ ଶଙ୍ଖୁଳିଯାଉଥିବା କୁଣିଆ l

ଆଠୁଆରି ଗାଧୁଆ
ପ୍ରସବର ଅଷ୍ଟମ ଦିବସରେ ପ୍ରସୂତିର ସ୍ନାନ l


logo