logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଅଧିକାରୀ
ବୈଷ୍ଣବ ଧର୍ମର ଗୁରୁ, ଏମାନେ ଗାଁ ଗାଁ ରେ ଅଷ୍ଟମପ୍ରହରୀ ସଂକୀର୍ତ୍ତନର ଶିକ୍ଷକ ଏବଂ ପୂଜକ, ମଠର ସହକାରୀ ମହନ୍ତ ଭାବରେ କାମ କରନ୍ତି l

ଅଧିବାସ
କୀର୍ତ୍ତନ, ଘରପ୍ରତିଷ୍ଠା ଇତ୍ୟାଦିର ପୂର୍ବକର୍ମ l

ଅଧିବାସମଣ୍ଡଳୀ
ଅଷ୍ଟମ, ଚତୁର୍ଥ ବା ଚବିଶ ପ୍ରହରୀ ନାମଯଜ୍ଞରେ ଯେଉଁ ସଂକୀର୍ତ୍ତନ ମଣ୍ଡଳୀ ପ୍ରଥମେ ସଂକୀର୍ତ୍ତନ ଆରମ୍ଭ କରନ୍ତି ଓ ନାମଯଜ୍ଞର ଶେଷ ପର୍ଯ୍ୟନ୍ତ ଅବସ୍ଥାନ କରନ୍ତି l

ଅଧିବାସ
ପୂଜା, ଯଜ୍ଞ, ବିବାହ ମଙ୍ଗଳକର୍ମ ପୂର୍ବରୂ ଶୁଭ ସମୟ ଦେଖି ଚନ୍ଦନ ଓ ଫୁଲମାଳ ଇତ୍ୟାଦି ଦ୍ଵାରା ହେଉଥିବା ସଂସ୍କାର ବିଶେଷ l

ଅଧିମାସ
ମଳମାସ l ଚାନ୍ଦ୍ରାୟଣ ମାସଗୁଡ଼ିକ ହାରାହାରି ୨୯ ଦିନ l ପ୍ରତି ତିନିବର୍ଷରେ ଗୋଟିଏ ଲେଖାଏଁ ଅଧିକ ମାସ ବାହାରେ lଏହାକୁ ମଳମାସ କହନ୍ତି l ଯେଉଁବର୍ଷ ଦୁଇଟି ଆଷାଢ଼ ମାସ ପଡ଼େ, ସେବର୍ଷ ଜଗନ୍ନାଥଙ୍କ ନବ କଳେବର ହୁଏ lଏକବର୍ଷ - ୩୬୫ ଦିନ ଚାନ୍ଦ୍ରାୟଣ - ୨୯x୧୨= ୩୪୮ ୩୬୫-୩୪୮ = ୧୧ଦିନ ତିନିବର୍ଷରେ ୧୧x୩ = ୩୩ ଦିନ, ପ୍ରାୟ ଏକ ମାସ l

ଅଣହାଳୀ
ବିଛା କୁହାଯାଉଥିବାରୁ ଏହା କାହାର କିଛି କ୍ଷତି କରେ ନାହିଁ ଏହି ଅର୍ଥରେ ବୁଝାଯାଏ ବା ପ୍ରଯୋଗ କରାଯାଏ l

ଅଧୁଲି
ଆଠଣିମୁଦ୍ରା, ଏକଟଙ୍କାର ଅଧା ପରିମାଣର ମୁଦ୍ରା l

ଅନ୍ତରପୁଅ
ପୋ‌ଇଲୀପୁଅ l ରାଜାମାନେ ଛେଉଣ୍ଡ ଝିଅମାନଙ୍କୁ ଆଣି ଉଆସରେ ପାଳନ କରୁଥିଲେ, ସେମାନେ ଯୌବନରେ ପଦାର୍ପଣ କଲାପରେ ରାଜା ବା ଉତ୍ତରାଧିକାରୀଙ୍କର ଅଙ୍ଗଲାଗି ଦାସୀ ହୁଅନ୍ତି l ଏଇମାନଙ୍କ ଗର୍ଭଜାତ ପୁତ୍ରକୁ 'ଅନ୍ତର ପୁଅ' କୁହାଯାଏ l କାରଣ ସମାଜରେ ଏମାନେ 'ଗୋଲାମ' ବା 'ଭାତ ଅନ୍ତର' ରୂପେ ପରିଚିତ l ବିବାହିତା ସ୍ତ୍ରୀ ର ପୁତ୍ର ନଥିଲେ ଏଇ ରକ୍ଷିତା ବା ପୋ‌ଇଲୀଙ୍କ ପୁଅମାନେ ସଂପତ୍ତିର ଉତ୍ତରାଧିକାରୀ ପାଆନ୍ତି l

ଅନ‌ଉଳି
ଅନହୋଳି, ନିସଙ୍ଖୁଡ଼ି ବା ଶୀତଳ ଖାଦ୍ୟ ବିଶେଷ l

ଅନନ୍ତବ୍ରତ
ଭାଦ୍ରବ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ପାଳିତ ହେଉଥିବା ବ୍ରତ l ୧୪ ପ୍ରକାରର ଫୁଲ, ୧୪ ପ୍ରକାରର ଫଳ ଓ ୧୪ ପ୍ରକାରର ପିଠା ତିଆରି କରି ଅନନ୍ତପୂଜା କରାଯାଏ l ମୁରୁଜରେ ଅନନ୍ତ ମଣ୍ଡଳ ତିଆରି ହୁଏ ଓ ଏହା ଉପରେ ଫୁଲ, ଫଳ ଓ ବ୍ରତ ରଖି ପୂଜା କରାଯାଏ l ନାରୀମାନେ ବାଁ ହାତରେ ଓ ପୁରୁଷମାନେ ଡାହାଣ ହାତରେ ଏଇ ବ୍ରତ ବାନ୍ଧନ୍ତି l ବ୍ରତ ଶେଷରେ ହୋମ କରାଯାଇ ଅନନ୍ତଙ୍କ ଉଦ୍ଦେଶ୍ୟରେ ପୁଷ୍ପାଞ୍ଜଳି ପ୍ରଦାନ କରାଯାଏ l


logo