logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଅନ୍ତପୁର
ରାଜ ଉଆସରେ କେବଳ ରାଣୀ, ସାମନ୍ତାଣୀଙ୍କ ରହିବା ସ୍ଥାନ l

ଅନ୍ତରା
ଗୀତର ପ୍ରଥମ ପଦ ବା ଘୋଷାପଦର ଠିକ୍‌ ପରବର୍ତ୍ତୀ ପଦ l

ଅନ୍ତି
ଅନ୍ତନାଡ଼ ଇତ୍ୟାଦି l ପରିବା ମଝି ମଂଜି ସହ ଲାଗିଥିବା ଶିରା ପ୍ରଶିରା l

ଅନ୍ତୁଡ଼ି
ପୋଖତି ରହିବା ଘରେ ଜନ୍ମିତ ଶିଶୁକୁ ସେକିବାକୁ ଜଳାଯାଉଥିବା ନିଆଁ l ସାଧାରଣତଃ ଶୁଖିଲା ଆମ୍ବକାଠରେ ଏଇ ନିଆଁ ପ୍ରସ୍ତୁତ କରାଯାଏ l ଉଠିଆରି ଦିନ ଅନ୍ତୁଡ଼ି ଉଠାଯାଏ l

ଅନ୍ତୁଡ଼ିଛୁଆଁ
ପ୍ରସୂତିଘରେ ପଶିବା ଅଥବା ପ୍ରସୂତିକୁ ଛୁଇଁବା ଜନିତ ଅଛୁଆଁଭାବ l

ଅନ୍ତୁଡ଼ିପାଉଁଶ
ଅନ୍ତୁଡ଼ିଶାଳରେ ଜଳୁଥିବା ନିଆଁର ପାଉଁଶ l

ଅନ୍ତୁଡ଼ିମୁଣ୍ଡା
ଅନ୍ତୁଡ଼ି ଘରେ ଜଳିବା ପାଇଁ ବ୍ୟବହୃତ ଆମ୍ବ କାଠର ମୁଣ୍ଡା l

ଅନ୍ତୁଡ଼ିଶାଳ
ପ୍ରସୂତିଘର, ଯେଉଁଠି ପିଲା ପ୍ରସବ ପରେ ମାଆ ଓ ପିଲା ରହନ୍ତି l

ଅନ୍ତେଷ୍ଟି
ମୃତ ସଂସ୍କାର l ମୃତ୍ୟୁପରେ ଶବକୁ ଶ୍ମଶାନକୁ ନିଆଯାଏ l ମଡ଼ାସାଙ୍ଗିଆ ଭାଇମାନେ ମିଶି ଶବ ସଂସ୍କାର କରନ୍ତି ଓ ସ୍ନାନ ଶୌଚ ହୋ‌ଇ ଘରକୁ ଫେରନ୍ତି l ସେମାନଙ୍କ ଓଦାଲୁଗା ବାହାରେ ପଡ଼େ ଓ ସେମାନେ ନିମ୍ବପତ୍ର ପାଣି ପି‌ଇବା ପରେ ଘରେ ପଶନ୍ତି l

ଅନ୍ଧପୁଟୁଳି
ଆଖି ଉପରେ ବନ୍ଧାଯିବା ପଟି ବା କପଡ଼ା l ପିଲାମାନେ ଜଣକ ଆଖି ଉପରେ ପଟିବାନ୍ଧନ୍ତି ଓ ତା' ଚାରିପାଖରେ ରାହା ଧରି ବୁଲନ୍ତି l ଅନ୍ଧପୁଟୁଳି ବନ୍ଧା ହୋ‌ଇଥିବା ପିଲାଟି ଶବ୍ଦ ବାରି ବାରି ଅଣ୍ଡାଳି ଅଣ୍ଡାଳି ଯାହାକୁ ଛୁଏଁ, ସେ ଚୋର ହୁଏ l ପୁଣି ତା' ଆଖିରେ ଅନ୍ଧପୁଟୁଳି ବନ୍ଧାଯାଇ ପୁଣି ସେଇ ଖେଳ ଆରମ୍ଭ ହୁଏ l କେତେକ ଗୋପନ ସ୍ଥାନକୁ ଜଣକୁ ନେବାବେଳେ ତା' ଆଖିରେ ଅନ୍ଧପୁଟୁଳି ବାନ୍ଧି ତା' ନିକଟରେ ସ୍ଥାନ ଓ ପଥର ଗୋପନୀୟତା ରକ୍ଷା କରାଯାଏ l


logo