logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଅଣ୍ଟାସୂତା
ଅଣ୍ଟାର ଅଳଙ୍କାର l ଏହା ରୂପାରେ ତିଆରି ହୋ‌ଇଥାଏ l ସାଧାରଣତଃ ନାରୀମାନେ ଏହାକୁ ବ୍ୟବହାର କରନ୍ତି l

ଅଣ୍ଟି
ପାତ୍ରଭଳି ପିନ୍ଧାଲୁଗାର ଧରାଯିବା ଅଂଶ | କେହି କେହି ଏଥିରେ ଭୁଜା ପୁରାଇ ଖାଆନ୍ତି l

ଅଣ୍ଡିଆ
୧. ଅଣ୍ଡିରା ବାଛୁରୀ l୨. ଛୋଟ ପିଲା ତଳେ ଅଳ୍ପ ବ୍ୟବଧାନରେ ପୁଣି ପିଲାହେଲେ, ପ୍ରଥମ ପିଲାଟିର ବାହାରିଥିବା ପେଟ ଓ ଅସ୍ଵାସ୍ଥ୍ୟକର ଅବସ୍ଥା l ୩. ଭଲ ଭାବରେ ଖାସୁ କରାଯାଇନଥିବା ଅଣ୍ଡିରାବାଛୁରୀ l କାଣ୍ଡଶଣ୍ଢିଆ l

ଅତୁଠ
ଜଳାଶୟର ଯେଉଁ ଅଂଶ ଗାଧୁଆ ତୁଠ ବା ପାଣିଘାଟ ରୂପେ ବ୍ୟବହୃତ ହୁଏ ନାହିଁ l

ଅଥାର
ପିଠା ସିଝାଇବା ପାଇଁ ପ୍ରସ୍ତୁତ ହାଣ୍ଡି l ଏହାର ତଳେ ପାଣି ଦିଆଯାଏ l ଉପରେ କଞ୍ଚା ନଡ଼ିଆ ପତ୍ର, ବାଉଁଶ କଣି, କଦଳୀ ପତ୍ରାଦି ଟାଣ ଭାବରେ ଖଂଜାଯାଇ ଏହା ଉପରେ ପିଠ‌ଉ ରଖାଯାଏ l କେହି କେହି ହାଣ୍ଡି ମୁହଁରେ କପଡ଼ା ବାନ୍ଧିଥାନ୍ତି l ପିଠ‌ଉ ରଖିବାପରେ ଏହାକୁ ଢ଼ାଙ୍କୁଣି ଦ୍ଵାରା ଘୋଡ଼ାଇ ଦିଆଯାଏ l ତଳେ ଥିବା ପାଣି ତାତିଲେ, ସେଇ ବାମ୍ଫରେ ପିଠା ସିଝେ l ଅଥାରରେ ଏଣ୍ଡୁରିପିଠା,ମୁଆଁପିଠା ଓ ମଣ୍ଡାପିଠା ଇତ୍ୟାଦି କରାଯାଏ l ପ୍ରଥମାଷ୍ଟମୀରେ ଏଣ୍ଡୁରିପିଠା ହେବା ପରେ, ଏହାର ସାତଦିନେ ଅଥାର ଭଙ୍ଗାଯାଏ l ଏହାକୁ ଅଥାରଭଙ୍ଗା କୁହାଯାଏ l ବିଶେଷତଃ ମାଟି ହାଣ୍ଡି ଓ ପଲମ ଏହାର ଗୋଟାଏ ସାଜ l ଏଥିରେ ପ୍ରସ୍ତୁତ ମଣ୍ଡାପିଠାକୁ ଅଥାରମଣ୍ଡା କୁହାଯାଏ l

ଅଧରପଣା
(1) ଦୁଧସର, ନବାତ, କଦଳୀ, ଅଳେଇଚ, ଗୋଲମରିଚ, ଲବଙ୍ଗ ଆଦି ପଡ଼ି ପ୍ରସ୍ତୁତ ହୋ‌ଇଥିବା ପଣା, ଯାହା ବାହୁଡ଼ା ପରେ, ପ୍ରଭୁ ଜଗନ୍ନାଥ ଶ୍ରୀମନ୍ଦିର ପ୍ରବେଶ ପୂର୍ବରୁ ସିଂହଦ୍ଵାରରେ ରଥରେ ଥାଇ ପିଇଥାନ୍ତି l ଶ୍ରୀଜୀଉଙ୍କ ଅଧର ଉଚ୍ଚତା ବିଶିଷ୍ଟ ତିନୋଟି ହାଣ୍ଡିରେ ଏଇ ପଣା ତିନି ଠାକୁରଙ୍କୁ ଅର୍ପଣ କରାଯାଏ l ୨. ଅଷ୍ଟମପ୍ରହର ବା ଚବିଶ ପ୍ରହର ସଂକୀର୍ତ୍ତନ ଶେଷକରି ନଗରକୀର୍ତ୍ତନରୁ ବାହୁଡିବା ପରେ,କୁଞ୍ଜ ନିକଟରେ ଏଇ ପଣା ଭୋଗଲାଗି କରାଯାଏ l

ଅଧାକାନ୍ଥି
ଅଳ୍ପ ଉପରକୁ ଉଠିଥିବା କାନ୍ଥ l ଦୁଇଟି ପ୍ରକୋଷ୍ଠକୁ ଏହା ଅଲଗା କରେ l ପ୍ରତି ପ୍ରକୋଷ୍ଠର ଭିତର ଅଂଶ ମଧ୍ୟ ଏହା ଦ୍ଵାରା ଦୃଶ୍ୟ ହୁଏ l ଏହାକୁ ଡେଇଁ ଅନ୍ୟ ପ୍ରକୋଷ୍ଠକୁ ମଧ୍ୟ ଯାଇ ହୁଏ l

ଅଧାଫରୀ
ଦ୍ଵିତୀୟ ଓଡ଼ ଚାଷ ପାଇଁ ବ୍ୟବହୃତ ହେଉଥିବା ଲଙ୍ଗଳ l

ଅଧାମ
ରାବିଡ଼ି, ଦୁଧ ସିଝାଯାଇ ଏହାର ସାରାଂଶ ରଖାଯାଏ l ଏହା ଏକ ସୁମିଷ୍ଟ ଖାଦ୍ୟ l

ଅଧିଆ
ଅଧ୍ୟା ୧. ଏହାକୁ 'ତ୍ରାହି', 'ପରେହି' ଇତ୍ୟାଦି କୁହାଯାଏ l କୌଣସି ଅଭିଳାଷ ପୂରଣ ନିମିତ୍ତ ଦେବ ଦେବୀଙ୍କ ନିକଟରେ ନିଷ୍ଠାପର ଭାବରେ ମାନସିକ କରିଥିବା ବ୍ୟକ୍ତି ଶରଣାପନ୍ନ ହୋ‌ଇଥାଏ l ଦେବ ଦେବୀ ପ୍ରସନ୍ନ ହେଲେ ଅଭୀଷ୍ଟସିଦ୍ଧ ହୋ‌ଇଥାଏ l୨. ଛୋଟ ବାଛୁରୀକୁ ନିଜେ ନପାଳି ଅନ୍ୟ ଜଣକୁ ପାଳିବାକୁ ଦିଆଯାଏ l ପାଳକ ଏହାର ଯତ୍ନ ନେଇ ଏହାକୁ ପାଳନ କରେ l ବାଛୁରୀ ଗାଈ ହେଲେ, ପାଳକ ଏହାର ପ୍ରଥମ ଫଳ ଭୋଗ କରେ ଓ ପରେ ଏହାକୁ ଆଣିଥିବା ଲୋକଙ୍କୁ ଫେରାଇ ଦିଏ l ଅଣ୍ଡିରା ବାଛୁରୀ ବଡ ହେଲେ ଏହାକୁ ବିକ୍ରୟ କରାଯାଏ ଓ ବିକ୍ରି ଲବ୍ଧ ଟଙ୍କାକୁ ଦୁହେଁ ସମାନ ଭାବରେ ବାଣ୍ଟି ନିଅନ୍ତି l ସ୍ଥଳ ବିଶେଷର ଏହାକୁ ଅଧିଆରି କୁହାଯାଏ l


logo