logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଅଣ
ତରକାରିର ଝୋଳ

ଅଣକ
ଡଙ୍କା l ନଡ଼ିଆ ସଢ଼େଇ ର ଉପର ଭାଗରେ ବତା ବା କାଠର ବେଣ୍ଟ ଲଗାଯାଇ ଏହା ତିଆରି କରାଯାଏ l ଆଧୁନିକ କରଚୂଲିର ପୂରୁଣା ରୂପ ଏଇ ଅଣକ, ଡାଲି ଘୋରିବା ଏବଂ ତରକାରି ପ୍ରଭୃତି ବାଢ଼ିବାରେ ସହାୟକ ରାନ୍ଧଣା ସରଞ୍ଜାମ l ସମ୍ବଲପୁର ଅଞ୍ଚଳରେ ଏହାକୁ ଅଣକା କୁହାଯାଏ l

ଅଣକଦଳିଆ
ଫଳନ୍ତା କଦଳୀ ଗଛ ମୂଳରୁ ପୁଆମାନ ତଡ଼ାହୋ‌ଇ ଅନ୍ୟ ଜାଗାରେ ନପଡ଼ିଲେ, ତିନିବର୍ଷରେ ହେଉଥିବା ତାର ଅଫଳନ୍ତି ରୋଗ l

ଅଣକିଳା/ଅଣଖିଲି
ଶଗଡ଼ ଚକ କୁ ଅଖରେ ଅଟକାଇ ରଖିବାକୁ ଅଖ ଲୁହାର ଦୁଇ ମୁଣ୍ଡରେ ରହିଥିବା ଲୁହା ଖିଲ, ଏହା ଥିଲେ ଶଗଡ଼ ଚକ ପଦାକୁ ବାହାରି ଯାଇପାରେ ନାହିଁ l

ଅଣଖୁଆ
ଆଖୁ ଜାତୀୟ ଲମ୍ବା ତୃଣ l ଅଗିଜଳା ପୁନେଇଁ ରେ ଏହାକୁ ଅଗିରେ ପୋଡ଼ାଯାଏ l

ଅଣସର
ଦେବସ୍ନାନ ପୂର୍ଣ୍ଣିମାଠାରୁ ନେତ୍ରୋତ୍ସବ ମଧ୍ୟବର୍ତ୍ତୀ ପନ୍ଦରଦିନ ସମୟ l ଏହି ସମୟରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଗୁମୁଟରେ ରଖାଯାଏ l ଏଇ ସମୟରେ ଦିଅଁଙ୍କୁ ଦର୍ଶନ କରିବା ନିଷିଦ୍ଧ l ପଟ୍ଟଚିତ୍ରରେ ଦିଅଁଙ୍କ ଅଙ୍କିତ ଚିତ୍ରକୁ ଦର୍ଶନ କରାଯାଏ l ଏହାକୁ ପଟିଦିଅଁ କୁହାଯାଏ l ଏଇ ସମୟରେ ଖୁବ୍‌ ଗ୍ରୀଷ୍ମ ଅନୁଭୂତ ହେଉଥିବାରୁ ଏହାକୁ ଅଣସର ଗୁଳୁଗୁଳି କୁହାଯାଏ l ରଙ୍ଗ ଲଗାଯାଉଥିବା ଦିଅଁଙ୍କ ଆଗରେ ଯେଉଁ ବାଉଁଶ କପଡ଼ା ତାଟି ଦିଆଯାଏ ତାହାକୁ ଅଣସର ପଟି କୁହାଯାଏ l ଦିଅଁଙ୍କର ଅବସର ନଥିବାରୁ ଏହାକୁ ଅନବସର ବା ଅଣସର କୁହାଯାଏ l

ଅଣସର ଘର
ଶ୍ରୀ ମନ୍ଦିରରେ ଚନ୍ଦନ ଅର୍ଗଳି ନିକଟସ୍ଥ ଗୁମୁଟ ଘର l ସ୍ନାନ ମଣ୍ଡପରୁ ସ୍ନାନ ଶେଯ ପରେ ତିନି ଦିଅଁ ନେତ୍ରୋତ୍ସବ ପର୍ଯ୍ୟନ୍ତ ଏଇଠାରେ ଅବସ୍ଥାନ କରିଥାନ୍ତି l ଚିତ୍ରକର ସେବେଇତମାନଙ୍କ ଦ୍ଵାରା ଏଠାରେ ବିଗ୍ରହମାନଙ୍କର ରଙ୍ଗକାମ ସଂପନ୍ନ କରାଯାଏ l

ଅଣା
ଏକଟଙ୍କାର ଷୋଳ ଭାଗରୁ ଏକଭାଗବିଶିଷ୍ଟ ପୁରୁଣା ମୁଦ୍ରା l ଏକ ଟଙ୍କାର ଏକ ଷୋଡଶାଂଶ l

ଅଣି
ପୁରୁଣାକାଳରେ ଚଳୁଥିବା ଟଙ୍କାକର ଷୋଳଭାଗରୁ ଏକଭାଗବିଶିଷ୍ଟ ମୁଦ୍ରା l

ଅଣ୍ଟାପାଣି
ଝାଡ଼ା ଯିବାପରେ ଅଣ୍ଟା ପର୍ଯ୍ୟନ୍ତ ଧୁଆଧୋ‌ଇ ହୋ‌ଇ ଶୌଚହେବା l


logo