logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଅଝାଡୁଆ
ଗାଳି, ଦୁଷ୍ଟପିଲା l

ଅଟା
୧. ନିଆଁ ବରିଆ l ପାଳକୁଟାରେ ତିଆରି ବେଣୀର ଅଗ୍ରଭାଗରେ ନିଆଁ ଦେଇ କୁହଳା ପଡେ, ପରେ ଏହାର ମୂଳ ଅଂଶକୁ ଧରି ହଲାଇଲେ, କୁହୁଳୁଥିବା ନିଆଁ ଜଳିଉଠେ l ୨. ତାଳ ବାହୁଙ୍ଗାରୁ ପ୍ରସ୍ତୁତ କୋରଟ, କିମ୍ବା କିଆ ପଟରୁ ସଂଗୃହୀତ ଲ‌ଇକୁ ଯେଉଁ ବିଡ଼ାରେ ସଜାଯାଏ, ତାହାକୁ ଅଟା କୁହାଯାଏ l୩. ଗହମ ବା ଚାଉଳର ଗୁଣ୍ଡ l

ଅଟେଇ
୧. ଗୋରୁ ଖୁଆଡ଼ l ବୁଲା ଗୋରୁଙ୍କୁ ଏଥିରେ ରଖାଯାଏ, ଯାହା ଗୋରୁ ସେମାନେ ପରେ ପରେ ଏଠାରୁ ଆସି ଗୋରୁମାନଙ୍କୁ ନେଇଯାନ୍ତି l ଅଟେଇରେ ରହିଲେ ଗୋରୁମାନେ ଆଉ ବାହାରକୁ ବାହାରି ପାରନ୍ତି ନାହିଁ l୨. ଅମାର l ଧାନ ଅମଳ ପରେ ଏହାକୁ ସଂରକ୍ଷଣ କରିବାର ଆଧାର l ଏହାକୁ ମରେଇ ମଧ୍ୟ କୁହାଯାଏ l କାଠ, ବାଉଁଶ ଇତ୍ୟାଦିରେ ଏହାର ବାଡା କରି ଏହାର ଦୁଇପାଖରେ ମାଟି ଓ ଗୋବର ଛାଟି ନିବୁଜ କରାଯାଏ l କେବଳ ଧାନ ପୁରାଇବା ଓ କାଢ଼ିବା ପାଇଁ ଛୋଟ ବାଟଟିଏ ରଖାଯାଇଥାଏ l

ଅଠାକାଠି / ଅଠାକଣ୍ଡିଆ
ଚଢ଼େଇ ଧରା ନଳ ଉପରେ ଲାଗୁଥିବା ଅଠାଯୁକ୍ତ ଦୁଇଫାଳିଆ ବେତକାଠି l ଏହାକୁ ନଳୁଆ କେଳାମାନେ ବ୍ୟବହାର କରନ୍ତି ଏବଂ ନଳକୁ ନଳ ଯୋଖି ଅଠାକଣ୍ଡିଆରେ ଚଢେଇକୁ ଧରିଥାନ୍ତି l

ଅଡ଼ା
୧. ପୋଷାଶୁଆ ବସିବା ପାଇଁ ନିର୍ଦ୍ଦିଷ୍ଟ ସ୍ଥାନ l ୨. ଶଗଡ଼ ପ୍ରଭୃତି ରଖାଯିବା ସ୍ଥାନ l୩. ୬୪ ତୋଳା ପରିମାଣର ଶସ୍ୟ l ୪. ବାଉଁଶ ତିଆରି ଫାଙ୍କାବାଡ଼, ଅଟେଇ l

ଅଡ଼ାବନ୍ଧ
ପାଞ୍ଚଶେଣିଆ ଚାଳଘରର ଓରାର ଗୁଜ ଦେହରେ ରହିଥିବା ଅଂଶ l

ଅଡ଼ାଶ
ବାଉଁଶ କିଳା l ଏହାକୁ ବାଡ଼େଇଲେ ଶୁଖିଲା ବାଉଁଶର ଫାଟ ବନ୍ଦ ହୋ‌ଇଯାଏ l

ଅଡ଼ିଶିଳା
ପାଣିବୁହା ଆଧାରକୁ ଧରି ରଖୁଥିବା କାଠଖଣ୍ଡ l

ଅଡ଼ି
ପଶାଖେଳରେ ପଡୁଥିବା ଦାନକୁ ହିସାବ କରି ଗୋଟି ଚାଳନାରେ ପ୍ରତିବନ୍ଧକ ହେଲେ ତାକୁ ଅଡ଼ି କୁହାଯାଏ l

ଅଢ଼ା
୧. ଶସ୍ୟ ପରିମାପ ଆଧାର l ଏହା କାଠ ତିଆରି l ଚାରି ଅଢାରେ ଏକ ଗୌଣି ହୁଏ l ଷୋଳ ଅଢ଼ାରେ ଏକ ସେର ହୁଏ l ସ୍ଥାନ ଭେଦରେ ଅଢ଼ାର ମାପ ପୃଥକ୍‌ ପୃଥକ୍‌ l୨. ଡଙ୍କା


logo