logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଅଗର
ମୋଟା କାଠରେ କଣା କରିବା ନିମିତ୍ତ ବଢେଇଙ୍କ ଦ୍ୱାରା ବ୍ୟବହୃତ ଲୁହାଯନ୍ତ୍ର,ଏହାର ଅଗ୍ର ଭାଗ ମୁନିଆଁ ଏବଂ ମୋଡା ମୋଡା ହୋଇଥାଏ ,ମୂଳରେ କାଠର ବେଣ୍ଟ ଲାଗିଥାଏ,ଏହାକୁ କାଠ ଉପରେ ଚାପ ଦେଇ ଘୂରାଇଲେ କାଠରେ କଣା ହୁଏ l

ଅଗରା
୧.ବାଉଁଶ ଗଛର କଣିଥିବା ଅଗ୍ର ଭାଗ,ବିଭିନ୍ନ ଡାଳର ଅଗ ଅଂଶ l ବାଉଁଶ ଅଗିରାକୁ ଚାଳ ଛ ପ ର ଘ ର ର ବିଭିନ୍ନ ଜାଗା ରେ ଛ ପ ର ଉ ପ ରେ ଚାଳ ଉଡି ନ ଯିବା ନିମିତ୍ତ ବ ନ୍ଧା ଯା ଏ ,ଲ ଟା ଜାତୀୟ ଫ ସ ଲ କିଆରି ରେ ଲ ତା ମାଡିବାକୁ ଏହାକୁ ପୋତା ଯା ଏ l ଏହାକୁ ମ ଧ୍ୟ ଅଗିରା କୁ ହା ଯା ଏ l ଅଗିରା ପୁନେଇଁ ରେ ଅଗିରା ପୋତି ଏହା ଉପ ରେ ନ ଡା ଓ କୁ ଟା ଜ ମେ ଇ ଅଗି ପ୍ର ସ୍ତୁ ତ କ ରା ଯାଏ l ୨. ଏକ କଣ୍ଟା ଜାତୀୟ ଗୁଳ୍ମ, ଯାହା ମୁଗ ବା ବିରି କ୍ଷେତରେ ଉଠିଥାଏ l ଏହାର କଣ୍ଟାଯୁକ୍ତ ଫଳ ଭିତରେ ରହିଥିବା ମଂଜିରୁ ତେଲ ମଧ୍ୟ ବାହାରେ l

ଅଗାଡି
ଫମ୍ପାଧାନ l ସାଆର ଢୋକିବା ବେଳେ, କେତେକ ଧାନରେ ଶସ ନଥାଏ, ଏଣୁ ଏଥିରୁ ଚାଉଳ ବାହାରେ ନାହିଁ l ଧାନ ଅମଳ ସମୟରେ ପବନରେ ଧାନ ଉଡ଼ାଇ କିମ୍ବା କୁଲାରେ ପାଛୁଡ଼ି ଅନାବଶ୍ୟକ ଅଗାଡ଼ିକୁ ଧାନରୁ ଅଲଗା କରାଯାଏ l ନଡ଼ିଆଗଛ ମୂଳରେ ଖାତ ଖୋଳି ଲୁଣ ସହିତ ଏହାକୁ ମିଶାଇ ପୋତାଗଲେ, ନଡ଼ିଆ ଫସଲ ଭଲ ହୁଏ l

ଅଗି
ମାଘ ପୁନିଅଁରେ ମାଟିରେ ପୋତାଯାଉଥିବା ଅଗିରା ଉପରେ ନଡ଼ା ଓ କୁଟା ରଖା ଯାଇ ଏହା ପ୍ରସ୍ତୁତ କରାଯାଏ l ପରେ ଏଥିରେ ନିଆଁ ଲଗାଇ ପୋଡାଯାଏ l ଏହାକୁ ଅଗ୍ନ୍ୟୁତ୍ସବ କୁହାଯାଏ l ଅଗି ପୁନେଇଁରେ ଅରୁଆ ଚାଉଳରେ ଯାଉ ତିଆରି କରି ଭୋଗ କରାଯାଏ, ଏହାକୁ ଅଗିଯାଉ କୁହାଯାଏ l

ଅଙ୍କ
ସଂଖ୍ୟା, ଗଣିତ, ବର୍ଷ

ଅଙ୍କୁରାରୋପଣ
ଯାଗ, ଯଜ୍ଞ, ଘରପ୍ରତିଷ୍ଠା ଓ ମନ୍ଦିର ପ୍ରତିଷ୍ଠା ପ୍ରଭୃତିର ପୂର୍ବଦିନ, ସଂପୃକ୍ତ ସ୍ଥାନରେ ଧାନ, ଯ‌ଅ, ମୁଗ, ବିରି, ସୋରିଷ ଇତ୍ୟାଦି ପଞ୍ଚଶସ୍ୟ ବୁଣାଯାଇ- ଏହା ଉପରେ ପାଣି ଛିଞ୍ଚାଯାଏ, ଏଗୁଡ଼ିକରୁ ପରେ ପରେ ଗଜା ବାହାରେ l ଏଇ ସମୟରେ ବିବିଧ ମନ୍ତ୍ର ଉଚ୍ଚାରଣାଦି ବିଧିମାନ ରହିଛି l

ଅଙ୍କୁଶ
ହାତୀକୁ ନିୟନ୍ତ୍ରଣ କରିବାକୁ ମାହୁନ୍ତ ଦ୍ଵାରା ବ୍ୟବହୃତ ଲୁହା ତେଣ୍ଟା l

ଅଘପଟ
ଶିବଲିଙ୍ଗ ସହିତ ଚକ୍ରାକାର ଶକ୍ତିର ସଂଯୋଗ ହୋ‌ଇଥିବା ପଥର ଖୋଦେଇ l

ଅଜା ଏକାଦଶୀ
ଭାଦ୍ରବ ମାସ କୃଷ୍ଣପକ୍ଷ ଏକାଦଶୀ l ପ୍ରଭୁ ଜଗନ୍ନାଥଙ୍କ କାଳୀୟ ଦଳନ ବେଶ ହେତୁ ଏହାକୁ କାଳୀୟ ଦଳନ ଏକାଦଶୀ ମଧ୍ୟ କୁହାଯାଏ l ଏଇ ଏକାଦଶୀ ପାଳନ କଲେ, ମନୁଷ୍ୟ ପୂର୍ବଜନ୍ମରୁ ମୁକ୍ତି ପାଇଥାଏ l ଶ୍ରୀକ୍ଷେତ୍ରରେ ଜଗନ୍ନାଥ ମହାପ୍ରଭୁଙ୍କର କାଳୀୟଦଳନ ଉତ୍ସବ ଅନୁଷ୍ଠିତ ହୁଏ ଏବଂ ଅମୃତ ଲଡୁ ଭୋଗ କରାଯାଏ l ମାର୍କଣ୍ଡ ପୋଖରୀ ଉତ୍ସବମୁଖର ହୋ‌ଇଉଠେ l

ଅଙ୍ଗିଛି
ଗାମୁଛା l


logo