logo
भारतवाणी
bharatavani  
logo
Knowledge through Indian Languages
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଅଏରି ଲାଗ୍‌ବା
ବି. ଅଏରି ଧର୍‌ବା' ଦେଖ l

ଅଏଲ୍‌ତା
ବି. ଅଳତା,ଅଲକ୍ତକ l

ଅଏଲନ୍‌
ବି. ତରକାରିର ଝୋଳକୁ ଘନ କରିବା ପାଇଁ ଦିଆଯାଉଥିବା ପିଠଉ ,ବେସନ ଆଦି ଦ୍ରବ୍ୟ l

ଅଏଁଲା
ବି. ଅଁଳା,ଆମଳକ l

ଅଏଁଲତଲ୍‌
ବି. ଅଁଳା ନବମୀ ଦିନ ଅଁଳା ବୃକ୍ଷ ମୂଳରେ ଆୟୋଜିତ ହବିଷ୍ୟାନ୍ନ ସେବନ ପ୍ରଥା l

ଅଏସ୍‌
ବି. ବହୁ ବିଳାସ l

ଅଏଁସା
ବି. ଆମିଷ,ଆଇଁସ l

ଅଏଁସା ମାର୍‌ବା
କ୍ରି. କୌଣସି ପଦାର୍ଥରୁ ଉତ୍କଟ ଆମିଷ ଗଂଧ ବାହାରିବା l ଦୃ: ଥାଲି ଗିନା ବନେକରି ନାଇଁ ମାଜ୍‌ଲେ ଅଏଁସା l

ଅଏସୋ
ବି.ବିଲ୍‌କୁଲ୍‌,ଅନାମେତ୍‌,ଅତିଶୟ,ସଂପୂର୍ଣ l ଦୃ: ଚାହା ଅଏସୋ ମିଠା ହେଉଛେ l

ଅକ୍‌ତା
୧.ବି. ବଳି ପୂର୍ବରୁ ବଧ୍ୟ ପଶୁକୁ ଦିଆଯିବ ଅକ୍ଷତାଦି ଅଭିମଂତ୍ରିତ ଭୋଜନ l ୨.ବିଂ. ବ ଅଭୁକ୍ତା,ଖାଲି,ଶୂନ୍ୟ l ଦୃ: ଅକ୍‌ତା ପେଟେଇ ଉସୋ ଖାଏବ l


logo