logo
भारतवाणी
bharatavani  
logo
Knowledge through Indian Languages
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

ଅଂଗ୍‌ଠା
ବି.ବଡ ଆକାରର ଗାମୁଛା l

ଅଂଗ୍‌ରା
ବି.ପୋଡା କାଠର ଦହମାନ ଖଂଡ,ଅଗ୍ନିଯୁକ୍ତ ଅଲିଭା ଅଂଗାର l

ଅଂଗ୍‌ସଂଗ୍‌
ବି. ସ୍ତ୍ରୀ ପୁରୁଷଂକ ରତିକ୍ରିୟା l

ଅଂଗ୍‌ସା
ବି. ଅଂକୁଶାଗ୍ର ବିଶିଷ୍ଟ ବଡ ବାଉଁଶ ବାଡି,ଲଗି l

ଅଂଗା
ବି. ଏକାଥରକେ ଦୁଇ ହାତରେ ଯେତେ ଧରିହେବ ସେତିକି ପରିମାଣ l

ଅଂଗେ
ବି. ଥରକରେ କାଖେଇ ନେଇ ହେବା ଭଳି କାଠ ଆଦି ବସ୍ତୁ,ଭାରର ଗୋଟିଏ ପାଖରେ ରହୁଥିବା କାଠ ଆଦି ବସ୍ତୁ l

ଅଂଗେନ୍‌
ବି. ପୋଡା ପାଳ ଆଦିରେ ତେଲ ମିଶାଯାଇ ଶଗଡ ତୁଂବି ଓ ଅଖରେ ବୋଳା ଯାଉଥିବା ଘର୍ଷଣହ୍ରାସକ ଦ୍ରବ୍ୟ l

ଅଂଗେନ୍‌ ନାଏଲ୍‌
ବି. ସାଧାରଣତଃ ପୋଲା ବାଉଁଶ ବା ଗୋଟା ମଇଁଷି ଶିଂଘରେ ନିର୍ମିତ 'ଅଂଗେନ୍‌' ଆଧାର l

ଅଂଘା
ବି. ଦୁଇହାତର ସମ୍ମୁଖ ପ୍ରସାରଣ l

ଅଂଘାକରି ଧର୍‌ବା
ଦୁଇ ହାତ ଆଗକୁ ଲଂବାଇ ଜାବୁଡି ଧରିବା,ବାହୁବେଷ୍ଟନ କରିବା l


logo