logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଇଠାଫଳ
ମଠା ଓ ଟସର ଲୁଗା ପ୍ରଭୃତି ସଫା କରିବା ପାଇଁ ବ୍ୟବହୃତ ଏକପ୍ରକାର ଫଳ l ଏହାକୁ ପାଣିରେ ଦଳିଲେ ଫେଣ ହୁଏ l ଏହି ଫେଣରେ ମଧ୍ୟ ଅଳଂକାରରୁ ମଳି ଛଡ଼ାଯାଏ l

ଇଣ୍ଡା
ଚୁଲିଝିଙ୍କା l

ଇର
ଜନ୍ମ ଦେବା ପରେ ଗାଈ ବା ମ‌ଇଁଷି ପେଟରୁ ପଡ଼ିବା ଫୁଲ l

ଇସ୍ତିରି
ସଫା ଲୁଗାପଟାକୁ ମସୃଣ କରିବା ପାଇଁ, ଧୋବା ଏହା ଉପରେ ଚଳାଉଥିବା ଲୁହାଯନ୍ତା l ଏଥିରେ ଲାଗିଥିବା ବେଣ୍ଟକୁ ଧୋବା ଧରେ ଏବଂ ଏହାର ତଳପାଖରେ ଥିବା ଚିକ୍କଣ ଲୁହାପାତକୁ ଲୁଗା ଉପରେ ମାଡ଼ିକରି ଚଳାଏ l

ଇହକାଳ
ପୃଥିବୀରେ ଜନ୍ମରୁ ମରଣ ପର୍ଯ୍ୟନ୍ତ ସମୟ l

ଇଂଟ୍‌
ଓଦାମାଟିର ଟେଳା l

ଇଂଟ୍‌ଲା
ଅସ୍ଥାୟୀ ଚୁଲି ବା ଖନ୍ଦା l

ଇଂଦା
ଚୁଲିଝିଙ୍କା, ଚୁଲିପଖା ଉପରେ ଥିବା ମାଟି ପିଣ୍ଡୁଳା, ଝିଙ୍କା ଉପରେ ହାଣ୍ଡି ବସିଲେ, ହାଣ୍ଡିତଳ ଓ ପଖା ଉପର ଦେଇ ନିଆଁ ଝାସ ବାହାରକୁ ଯାଏ l

ଈଶାଣ
ରନ୍ଧା ଘରର ଉତ୍ତରପୂର୍ବ କୋଣ, ଏଇ କୋଣରେ ପୋତା ଯାଇଥିବା ପିଣ୍ଡି l

ଈଶାଣି
ରନ୍ଧାଘର ଐଶାନ୍ୟ କୋଣରେ ସ୍ଥାପିତ ଦେବୀ l


logo