logo
भारतवाणी
bharatavani  
logo
Knowledge through Indian Languages
Bharatavani

Samalpuri Odia Shabdakosha

Please click here to read PDF file Samalpuri Odia Shabdakosha

୧. ଅଂ . ଅନିଚ୍ଛା,ଅନାଗ୍ରହ ପ୍ରକାଶକ;ସାଧାରଣତଃ ବାକ୍ୟର ଆରଂଭରେ ବ୍ୟବହୃତ l ଦୃ:ଅ,ଇ ସକାଲୁ ସକାଲୁ ମୁଇଁ ଏତେ ଧୁର୍‌ ନାଇଁ ଜାଇପାରେଁ l ୨. କ୍ରି. ଓଡିଶା ଭାଷାର ସାମାନ୍ୟ ବର୍ତମାନ କାଳ ୨ୟ ପୁରୁଷ ଏକବଚନ 'ଅଟ'ର ପ୍ରତିଶବ୍ଦ l ଦୃ: ତୁମେ ଭଲ୍‌ ଲୋକ୍‌ଟେ ଅ l ୩. ଧ୍ୱ. ବାଂତି l ୪. ଶବ୍ଦ ପୂର୍ବରେ ଯୁକ୍ତ ହେବା 'ନାହିଁ' ଅର୍ଥକ ପୂର୍ବ-ପ୍ରତ୍ୟୟ l ଅ + ମାନ୍‌ତି=ଅମାନ୍‌ତି,ଅ + ଚଲନ୍‌=ଅଚଲନ;ସେହିପରି ଅଥକ୍‌ ଅଚିନ୍‌ହାର୍‌, ଅବେଲ୍‌, ଅଢଂଗ୍‌, ଅଜାନ୍‌ବାର୍‌, ଅଭିର ନ୍‌, ଅଜାନ୍‌ତିକେଁ, ଅସୁତ୍‌ରିଆ, ଅକର୍‌ମିଆ, ଅବେଲା l

ଅ‌ଇବ୍‌
ବି. ଘୃଣା

ଅଇରା
ବି.ହାଂଡି,ମାଠିଆ ଆଦି ପାତ୍ରକୁ ଭୂମି ଉପରେ ଅଟଳ ଅବସ୍ଥାରେ ରଖିବା ସକାଶେ ପାଳ,କୁଟା,ଖଜୁରୀ ପତ୍ର ବା ଛିଂଡାକନା ନିର୍ମିତ ଶୂନ୍ୟମଧ୍ୟ ଗୋଲାକାର ଗଦି,ବଇଠି,ମଳା l

ଅଇରି
ବି. ଅରି ,ଶତ୍ରୁ;କୌଣସି ପ୍ରାଣୀ ପକ୍ଷରେ ଅସହ୍ୟ ବା ମାରାତ୍ମକ ଅନ୍ୟ କୌଣସି ପ୍ରାଣୀ ବା ବସ୍ତୁ l ଦୃ : ନେଉଲ୍‌ ମୁସା ନାଗ୍‌ସାପର୍‌ ଅଇରି l

ଅ‌ଉଲ୍‌
ବିଂ. ଭଲ,ଉପଯୁକ୍ତ,ଶ୍ରେଷ୍ଠ,ଖାଂଟି,ପ୍ରଥମ ଶ୍ରେଣୀୟ l ଦୃ: ଅଉ‍ଲ୍‌ ବାହାଲ୍‌ ଜମିନ୍‌ l

ଅ‌ଉସା
ବିଂ.ଅଂକୁଶ

ଅଏଁଛ୍‌ବା
କ୍ରିଂ.ଦୁଇ ହାତରେ ଧରିହେବା ପାଳକୁ ଗୋଛାଇ କୁଟା ପାଳ ଅଲଗା କରିବା ସକାଶେ ଝାଡି ବିଡା ବାଂନ୍‌ଧିବା l

ଅଏଁଛା
୧.ବି. ପୂଜା ପରେ ଗୁଣିଆ ଭୂତକୁ ନେଇ ନିଭୃତ ସ୍ଥାନରେ ଛାଡିବା l ୨. ବି. 'ଅଏଁଛବା'ର ବିଶେଷଣ ଦୃ: ଅଏଁଛା ପୁଆଲ୍‌ l

ଅଏଁଠା
ବିଂ. ଉଚ୍ଛିଷ୍ଠ,ଅଇଁଠା l

ଅଏଠାଁଖିଆ
ବିଂ.ଯେ ଅନ୍ୟର ଭୁକ୍ତାବଶେଷ ଖାଏ,ପରାଶ୍ରିତ (ବ୍ୟକ୍ତି) l


logo