logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଓହ୍ଲା
ବରଜର ଚାଳ ଉପରକୁ ମାଡ଼ିଥିବା ପାନଲଟାକୁ ଚାଳିର ଭିତରକୁ ଆଣି ବାନ୍ଧିବା l

ଔଷଧ
ରୋଗ ନିବାରଣ ଓ ନିରାକରଣ ପାଇଁ ବ୍ୟବହୃତ ଭେଷଜ l

ଔଷଧକରିବା
ମନ୍ତ୍ର, ଯନ୍ତ୍ର, ଜଡ଼ି, ବୁଟି ଦେଇ ଅନ୍ୟକୁ ବଶ କରିବା l

କ‌ଅଁଳଖରା
ସକାଳର ସୂର୍ଯ୍ୟ କିରଣ l

କ‌ଅଁଳଗାଧୁଆ ବେଳ
ପ୍ରାୟ ଦିନ ନ‌ଅଟା ପର୍ଯ୍ୟନ୍ତ ବେଳରେ ଗାଧୁଆ ପାଧୁଆ ସମୟ l

କ‌ଅଁଳବେଉଷଣ
ଧାନ ଗଛର କ‌ଅଁଳିଆ ହୋ‌ଇଥିବା ଅବସ୍ଥାରେ ଜମି ବେଉଷଣ l

କ‌ଅଁଳାଛୁଆ
ଶିଶୁ l

କ‌ଅଁଳା ପିଲା
ଉତିଆଣି ପିଲା, ଅଳ୍ପଦିନ ହେଲା ଜନ୍ମ ହୋ‌ଇଥିବା ଶିଶୁ l

କ‌ଅଁଳାବାଛୁରୀ
ଅଳ୍ପ ଦିନ ହେଲା ଜନ୍ମ ହୋ‌ଇଥିବା ବାଛୁରୀ l

କ‌ଇଁ
୧. ପାଣିରେ ଫୁଟୁଥିବା ନାଡ଼ଯୁକ୍ତ ଫୁଲ l ଏହା ଧଳା ଓ ନାଲି ରଙ୍ଗର l୨. କାନ୍ଦୁଥିବା ବେଳର ଶବ୍ଦ l


logo