logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଓଦର
ଶଗଡ଼ରେ ଜିନିଷ ଲଦା ହେବା ପାଇଁ ବାଉଁଶ ପାତିଆରେ ତିଆରି ଆୟତାକାର ଡୋଲି l

ଓଧ
ପାଣି ବିରାଡ଼ି, ପାଣିରେ ବୁଡି ମାଛ ମାରି ଖାଏ l

ଓଧା
ଚାଳକୁ ସିଧା ଶକ୍ତ କରି ରଖିବା ପାଇଁ ବ୍ୟବହୃତ ମୋଟ ଓ ମଜଭୁତ ଖୁଣ୍ଟ l

ଓଧାଣି
ଭାତରନ୍ଧା ପାଇଁ ଚୁଲି ଉପରେ ବସିଥିବା ପାଣିହାଣ୍ଡି l

ଓଧି
୧. କଦଳୀଗଛର ମୂଳ ପିଣ୍ଡ l ୨. ଶଗଡ଼ର ଝୁରାମୁଣ୍ଡି l

ଓଫରା
ବ୍ୟବହୃତ ହେବା ପରେ ଫିଙ୍ଗା ହୋ‌ଇଥିବା ଛିଣ୍ଡା ଲୁଗାପଟା l

ଓରଛା
ଚାଳ ଘରର ଓଳି l

ଓରଦା
୧. ନଈରେ ସ୍ଥିର ପାଣି ଥିବା ସ୍ଥାନ l ୨. ବତରବୁଣା ପାଇଁ କାଦୁଆ ଜମିର ଚାଷ l ୩. ଧାନ ରୋ‌ଇବା ପାଇଁ କାଦୁଆ ଚାଷ l

ଓରଦା ଛାଟିବା
ପାଣିଥିବା କିଆରିରେ ହଳ ଦ୍ଵାରା କାଦୁଅ କରି, ମ‌ଇ ଦେଇ ବିହନ ବୁଣିବା l

ଓରମା
ଲୁଗାଧଡ଼ିକୁ ମୋଡ଼ି ପୁଣି ଏକବାଗରେ ସିଲେଇ କରିବା ପ୍ରଣାଳୀ l


logo