logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଋଣ
କରଜ, ଦେଣା l

ଋତୁ
୧. ବର୍ଷକର ଛ‌ଅଟି ଋତୁ : ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ, ଶୀତ, ବସନ୍ତ l ୨. ନାରୀ ମାନଙ୍କର ରଜସ୍ଖଳନ, ଋତୁସ୍ରାବ, ମାସିକ ଧର୍ମ l

ଏକଓଡ଼
ପଡ଼ିଆ ଜମିରେ ପ୍ରଥମଥରର ଚାଷ l

ଏକ‌ଓଳିକିଆ
୧.ପାଗଯୋଗ ଭଲଥିଲେ ଘରଛପର, ଧାନକଟା, ବିଲବଛା ଇତ୍ୟାଦି ଦିନ ତମାମର କାମକୁ କେତେକ ଲୋକ ଗୋଟାଏ ଓଳିରୁ କିଛି ଅଧିକ ସମୟ ନେଇ ସଂପନ୍ନ କରିଥିବା ପ୍ରଥା l୨. ଥରେ ମାତ୍ର ହଳଦୀ ବାଟିବା l

ଏକକାନିଆଁ
୧. ଗୋଟିଏ ମାତ୍ର ଲୁଗା ପିନ୍ଧିଥିବା ଅନ୍ୟ କୌଣସି ଲୁଗା ଘୋଡ଼େଇ ହୋ‌ଇ ନଥିବା ଅବସ୍ଥା l ୨. ଗୋଟିଏ ମାତ୍ର କାନ ଥିବା l

ଏକଗୋଡ଼ିଆ
ଚାହାଳି ଚାଟକୁ ଗୋଟାଏ ଗୋଡ଼ରେ ଭୂଇଁରେ ଠିଆ ହେବାକୁ ଦିଆଯିବା ଦଣ୍ଡ l

ଏକଘରିଆ
ସମାଜଦ୍ଵାରା ବାଚ୍ଛନ୍ଦ ହୋ‌ଇ ଅଲଗା ଚଳୁଥିବା l

ଏକଣା
ଗୋଟିକିଆ l

ଏକଚାଳା
ଗୋଟିଏ ପାଖରେ ଚାଳଥିବା ବା ଫଳିକିଆ ଚାଳଥିବା ଘର l

ଏକତାରା
ଗୋପୀଯନ୍ତ୍ର, ଗୋଟିଏ ମାତ୍ର ତାରଥିବା ବାଦ୍ୟଯନ୍ତ୍ର l ଏହାର ଗୋଟିଏପଟେ କାଠ ଖୋଳରେ ଚମଡା ଛାଆଁଣି ହୋ‌ଇଥାଏ ଓ ଚମଡ଼ାର ତାରଟି ଯାଇ କାଠ ଖୋଳର ଅପର ପାଖରେ ଥିବା ଦୁଇଧାରୁଆ ବାଉଁଶର ଅଗମୁଣ୍ଡରେ ଲାଗିଥାଏ l


logo