logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଶଙ୍ଖଚିଲ
ଧଳା ଓ ମାଛପ୍ରିୟ ପକ୍ଷୀ, ଏହାର ଚଞ୍ଚୁ ବଡ ଓ ଚେପ୍ଟା, ଗୋଡ ଛୋଟ ଓ ନଖ ବଙ୍କା l

ଶଙ୍ଖଚୁଡ଼ି
ଶଙ୍ଖା, ଶଙ୍ଖରେ ତିଆରି ଧଳା ଚୁଡି l

ଶଙ୍ଖମହୁରୀ
ବାହା, ବ୍ରତ ପ୍ରଭୃତି ମାଙ୍ଗଳିକ କାମ ଏବଂ ସଧବାର ମୃତ୍ୟୁ ଶୋଭାଯାତ୍ରାରେ ବାଜୁଥିବା ଶଙ୍ଖ ଓ ମହୁରୀର ଶବ୍ଦ l

ଶଙ୍ଖା/ଶଙ୍ଖୀ
୧. ଶଙ୍ଖ ତିଆରି ହାତ ପିନ୍ଧା ଚୁଡି l ୨. ସୁନା ରୁପା ତିଆରି ଚୁଡି l ୩. ଜ‌ଉରେ ତିଆରି ଧଳା ଚୁଡି l

ଶଙ୍ଖାମୁଠା
ହାତରେ ପିନ୍ଧାଯିବା ଏକାଧିକ ଶଙ୍ଖା, କାଠିମୁଠା, ଚୁଡିମୁଠା l

ଶଙ୍ଖାରି
ଶଙ୍ଖାତିଆରି ଓ ବ୍ୟବସାୟ କରୁଥିବା ବ୍ୟକ୍ତି, କାଚରା l

ଶଙ୍ଖିନାଳୀ
ତଣ୍ଟିରେ ଥିବା ଖାଦ୍ୟ ନଳି l

ଶଙ୍ଖୁଆ
ଶଙ୍ଖବାଦ୍ୟକାରୀ l

ଶଙ୍ଖୁଡ଼ି
୧. ଅ‌ଇଁଠା l ୨. ରନ୍ଧାଖାଦ୍ୟ l

ଶଙ୍ଖୁଳା
୧. ବାହା, ବ୍ରତ ପାଇଁ ବନ୍ଧୁଘରକୁ ପଠାଯିବା ବିଶେଷ ନିମନ୍ତ୍ରଣ l ୨. ଝିଅ, ବୋହୂ ଓ ବନ୍ଧୁଙ୍କ ଭଲମନ୍ଦ ତତ୍ତ୍ଵ ନେବା ପାଇଁ ପଠାଯିବା ଭାରଥୋର l ୩. ଶାଶୁଘରେ ଥିବା ଝିଅ ଘରକୁ ବାପଘରୁ ଯିବା ଭାର ସମ୍ଭାର l ୪. ବାପଘରକୁ ଯାଉଥିବା ବୋହୂଘରକୁ ଶଶୁର ଘରୁ ପଠାଯିବା ଭାରସମ୍ଭାର l ୫. ବନ୍ଧୁଘରକୁ ଯିବା ବୋଝ, ଏହା ସହିତ ଶଙ୍ଖୁଆ ଶଙ୍ଖ ବଜାଇ ଯାଏ l


logo