logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଶେଠପାଞ୍ଜିଆ
ମୁଖ୍ୟ ହିସାବ ରକ୍ଷକ l

ଶେଠିଜାଗିରି
ସେବା ପାଇଁ ନଗଦ ପାରିଶ୍ରମିକ ପରିବର୍ତ୍ତେ ଧୋବାକୁ ଦିଆଯିବା ଜାଗିରି l

ଶେଡ(ଢ)
ଜାହାଜକୁ ପବନରେ ଚଳାଇବା ପାଇଁ, ମାସ୍ତୁଲ ଖୁଣ୍ଟିରେ ପାଲ ଟଙ୍ଗାଇବା l

ଶେଢୁଅ
କ୍ଷେତରେ ଅଳ୍ପ ଅଳ୍ପ ପାଣି ଦେବାପାଇଁ ବ୍ୟବହୃତ କାଠ କୁଲା ପରି ସରୁ ଆଧାର l ଏହାର ବେଣ୍ଟ ଉପରପଟେ ଲାଗିଥିବା ସୂତାକୁ ଧରି ପାଣି ବୁହାଯାଏ l

ଶେଣା
ଖାଲ ଓ ପୋଖରୀରୁ ପାଣି ବୋହିବା ପାଇଁ ବାଉଁଶ ପାତିଆରେ ବୁଣା ଗାଡୁଆ କୁଲା ପରି ବ୍ୟବହୃତ ଟୋକେଇ l ଏହାର ଆଗ ଓ ପଛରେ ଲାଗିଥିବା ଦ‌ଉଡିକୁ ଦୁଇଜଣ ଦୁଇପାଖରୁ ଧରି ପାଣି ବୁହାନ୍ତି l

ଶେଣାମୁଣ୍ଡ
ଶାଳ ବା ପହଣିର ଶେଷ ଭାଗ, ଏଇଠାରେ ଶେଣାକୁ ବୁଡାଇ ପାଣି ବୁହାଯାଏ l

ଶେଣାମୁହଁ
ଶେଣାରୁ ପାଣଇ ଢଳାଯିବା ପହଣି l

ଶେଣି
ଚାଳ ଘରର ମଝି ଖୁଣ୍ଟ ବା କ‌ଇଁଚିଆ ଉପରେ ଥିବା ଲମ୍ବା ବାଉଁଶ ବା କାଠ, ଏହା ଉପରେ ଦୁଇ ପାଖକୁ ରୁଅ ଓହଳି ଥାଏ l

ଶେଣିସାପଡା
ଶେଣିରେ ରୁଅ ଗୁଡିକୁ ଚାପି ରଖିବା ପାଇଁ ଏହାର ତଳେ, ଉପରେ ଓ ଦୁଇ ପାଖରେ ଦିଆଯାଇଥିବା କାମଡା l

ଶେଯା
ଡଙ୍ଗାର କୋଠରି ଗୁଡ଼ିକ ତଳେ ପଡିଥିବା କାଠଗଡ଼ l


logo