logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଶୁ(ଶୂ)ଳ
ପ୍ରସୂତିଶାଳରେ ପ୍ରସୂତି ଧରିବା ପାଇଁ ପୋତା ଯିବା ଖୁଣ୍ଟ l

ଶୁ(ଶୂ)ଳି
ତଳେ ପୋତା ଯାଇଥିବା ମୁନିଆଁ ଲୁହା, ଯାହା ଉପରେ ଦଣ୍ଡିତ ବ୍ୟକ୍ତିକୁ ବସାଇ ମରାଯାଏ l

ଶୁଳୁଣୀ
ପ୍ରସୂତି ସମୟରେ ଶୁଳ ଧରୁଥିବା ନାରୀ l

ଶୂନଚିତି
ଉଚ୍ଚ ସ୍ଥାନରୁ ନିଜକୁ ଓଲଟାଇ ପାଣିକୁ ଡେଇଁବା l

ଶୂଳେଇ
ଏକ ପ୍ରକାର ସରୁଆ ଗୁଡବଣା l

ଶୂଳେଇଖଞ୍ଜା
ଚାରିପାଖ ଘରଦ୍ଵଆର ବେଷ୍ଟିତ ବଡଖଞ୍ଜା l

ଶେଇ
ସ୍ୟାହି, ଶିଆଇ, ଶ୍ୟାଇ, ମସୀ l

ଶେଇଘଡ଼ି
ସ୍ୟାଇ ରଖା ପାତ୍ର l

ଶେଉଳ
ଏକ ପ୍ରକାର ମାଛ, ଗଡ଼ିଶାଠାରୁ ବଡ, ଗଡିଶା ଜାତୀୟ ମାଛ l

ଶେଠକରଣ
ରାଜାଙ୍କ ଉଆସ ଓ ଖମାରର ତତ୍ତ୍ଵାବଧାରକ, ଆୟବ୍ୟୟର ହିସାବ ରକ୍ଷକ l


logo