logo
भारतवाणी
bharatavani  
logo
Knowledge through Indian Languages
Bharatavani

Odiya Loka Sanskruti Sabdakosa

Please click here to read PDF file Odiya Loka Sanskruti Sabdakosa

ଶଗଡଦଣ୍ଡା
ଝୁରାମୁଣ୍ଡରୁ ଯାଇଥିବା ଦୁଇଲମ୍ବ କାଠର ଶେଷାଂଶ l

ଶଗଡନନ୍ଧା
ଯୁଆଳୀ ସହିତ ଶଗଡର ଝୁରାମୁଣ୍ଡିକୁ ଏକାଠି ବାନ୍ଧିବା l

ଶଗଡପହି
ଶଗଡ ଚକର ପରିଧି l

ଶଗଡି
୧. ଭାରିଦ୍ରବ୍ୟ ଉଠାଇବା ପାଇଁ ଦ‌ଉଡ଼ି ଗଳିଥିବା ପୁଲି l ୨. ଦହିଗୋଳା ଖୁଆ ପଶୁଥିବା ଛିଦ୍ରଯୁକ୍ତ ଲମ୍ବକାଠ ଖଣ୍ଡ l ୩. ଗୋରୁ ପଡ଼ିଆରେ ଚରିବା ବେଳେ ବନ୍ଧା ଯାଇଥିବା ଲମ୍ବା ପଘାର ଦୁଇ ମୁଣ୍ଡକୁ ଯୋଡି ରଖୁଥିବା ଦୁଇଘରାବିଶିଷ୍ଟ ଛିଦ୍ରଯୁକ୍ତ କାଠଖଣ୍ଡ l ୪. ଛୋଟ ଶଗଡ l ୫. ଆକାଶ ଘଡି ଉପରକୁ ଉଠାଇବା ପାଇଁ ଆକାଶ ବାଉଁଶରେ ଲାଗିଥିବା ଦ‌ଉଡ଼ା ଗଳା ଯାଇଥିବା ପୁଲି l ୬. କୂଅରୁ ପାଣି କାଢିବା ପାଇଁ ଲାଗିଥିବା ଦ‌ଉଡ଼ାଲଗା ପୁଲି l

ଶଗଡିଆ
ଶଗଡ ଚଳାଉଇବା ବ୍ୟକ୍ତି l

ଶଗଡିଆବଳଦ
ଶଗଡ ଟାଣିବାକୁ ମଣ ହୋ‌ଇଥିବା ବଳଦ l

ଶଗଡିଆ ଭାତ
ଶଗଡିଆମାନେ ରାନ୍ଧୁଥିବା ଖାଡିମରା ଭାତ l

ଶଙ୍କୁ
୧. ତେଣ୍ଟା, ମୁନା, ବର୍ଚ୍ଛା l ୨. ଚିହ୍ନ l ୩. କିଳା, ଖିଲ, ମେଖ l ୪. ଜମି ମାପପାଇଁ ଚିହ୍ନଟ ଖୁଣ୍ଟି l

ଶଙ୍କୁନୀ
ଡାଆଣୀ, ଚିରଗୁଣୀ l

ଶଙ୍ଖ
ଗେଣ୍ଡା ଜାତୀୟ ବଡ ସମୁଦ୍ର ପ୍ରାଣୀର ଶୁଖିଲା ଖୋଳ, ଏହାକୁ ଫୁଙ୍କିଲେ ଶୁଭ ସ୍ଵର ବାହାରେ l ପ୍ରତ୍ୟେକ ମାଙ୍ଗଳିକ କର୍ମରେ ଶଙ୍ଖ ବଜାଯାଏ l


logo